ପୁରୀ: ନୂଆ ବର୍ଷରୁ ନୂଆ ନିୟମ । ଶ୍ରୀମନ୍ଦିରରେ ଲାଗିବ କଟକଣା । ଭିଡ଼କୁ ଦୃଷ୍ଟିରେ ରଖି ୨ ଦିନ ପାଇଁ ସିଂହଦ୍ୱାରରେ ପ୍ରବେଶ କଟକଣା କରାଯାଇଛି । ୩୧ ତାରିଖ ଏବଂ ୧ ତାରିଖ ଦୁଇ ଦିନ ଶ୍ରୀମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି । ଏହି ନିମୟ ଅନୁସାରେ ଏହି ୨ ଦିନ ପାଇଁ କେବଳ ସିଂହଦ୍ବାର ଦେଇ ଭକ୍ତ ପ୍ରବେଶ କରିବେ ଏବଂ ବାକି ୩ ଦ୍ବାର ଦେଇ ବାହାରକୁ ଆସିବେ । ଭକ୍ତଙ୍କୁ ଏବେ ଚାରିଦ୍ବାର ଦେଇ ପ୍ରବେଶ ନିୟମ ରହିଥିଲେ ମଧ୍ୟ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରାଯାଇଛି । ଭକ୍ତମାନେ ବଡଦାଣ୍ଡରେ ହୋଇଥିବା ବ୍ୟାରିକେଡ ଦେଇ ସିଂହଦ୍ବାରରେ ପ୍ରବେଶ କରିବେ । ସେପଟେ ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ କଟକଣା ଜାରି କରିଛି ପୁଲିସ ପ୍ରଶାସନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
Related Articles
Check Also
Close
-
ସମଗ୍ର ଓଡ଼ିଶା ଭୀଷଣ ଗ୍ରୀଷ୍ମ ପ୍ରବାହରେ ଛଟପଟApril 29, 2024