Featuredଓଡ଼ିଶା

ଆଜିଠୁ ପ୍ରବାସୀ ଭାରତୀୟ ସମ୍ମିଳନୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ଦିବସ । ସଜେଇ ହୋଇଛି ରାଜଧାନୀ । ରଙ୍ଗବେରଙ୍ଗର ଆଲୋକମାଳା ସହ ସୁନ୍ଦର ସୁନ୍ଦର ଭଳିକି ଭଳି ଫୁଲ ମନମୋହୁଛି । ଶତାଧିକ ପ୍ରବାସୀ ଭାରତୀୟ ଆସି ଭୁବନେଶ୍ବରରେ ପହଞ୍ଚି ସାରିଲେଣି । ଅତିଥିଙ୍କୁ ଓଡ଼ିଶା କଳା, ସଂସ୍କୃତି, ପର୍ୟ୍ୟଟନ ସ୍ଥଳ ବୁଲାଇବା ପାଇଁ ସ୍ବତନ୍ତ୍ର ଡବଲ ଡେକର ବସର ବ୍ୟବସ୍ଥା କରାଯାଇଛି । ତିନି ଦିନ ଧରି ଏହି ସମ୍ମିଳନୀ ଚାଲିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଜେ ସଂପୂର୍ଣ୍ଣ ପ୍ରସ୍ତୁତିର ସମୀକ୍ଷା କରିସାରିଛନ୍ତି । ସମ୍ମିଳନୀରେ ଓଡ଼ିଶା ତଥା ଭାରତକୁ ନେଇ ପ୍ରବାସୀଙ୍କର କଣ ଭିଜନ ରହିଛି ସେନେଇ ହେବ ଆଲୋଚନା ।
ପ୍ରବାସୀ ଭାରତୀୟ ସମ୍ମିଳନୀରେ ଏକାଠି ହେବେ ବିଶ୍ବରୁ ୪ ହଜାର ପ୍ରବାସୀ ଭାରତୀୟ । ୭୦ ରାଷ୍ଟ୍ରରୁ ପ୍ରବାସୀ ଯୋଗଦେବାର କାର୍ୟ୍ୟକ୍ରମ ରହଛି। ଅତିଥିମାନଙ୍କୁ ଭବ୍ୟ ସ୍ବାଗତ ଓ ଅତିଥି ସତ୍କାର ପାଇଁ ରାଜଧାନୀ ସଜେଇ ହୋଇଛି । ମୋଟ ଉପରେ ଉଭୟ ଦେଶ ଏବଂ ବିଦେଶରୁ ୭ ହଜାର ଅତିଥି ଆସିବେ । ପ୍ରଥମ ଦିନରେ ଜନତା ମଇଦାନରେ ପାଳନ ଯୁବ ପ୍ରବାସୀ ଭାରତୀୟ ଦିବସ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୮ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏଥିସହ ୧୧ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ରହିବେ।

Related Articles

Back to top button
WP Twitter Auto Publish Powered By : XYZScripts.com