ଭୁବନେଶ୍ୱର: ଯାଉଥିଲେ ମା’ ସରସ୍ୱତୀଙ୍କ ମୂର୍ତ୍ତିକୁ ବିସର୍ଜନ କରିବା ପାଇଁ । କିଏ ଜାଣିଥିଲା, ନଦୀକୂଳରେ ଜଗି ବସିଛି ଯମ । ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟି ଦୁଇ ଛାତ୍ରଙ୍କ ଜୀବନ ଯାଇଛି । ଏଭଳି ଘଟଣା କୁଆଖାଇ ନଦୀ ପଠାରେ ଘଟିଛି । ବୁଧବାର ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅନ୍ତର୍ଗତ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାର ନିକଟରେ ୨ ଜଣ ଛାତ୍ରଙ୍କର ମୃତୁ୍ୟ ହୋଇଛି ।
୨ ମୃତକ ହେଲେ ଭୁବନେଶ୍ୱର ୟୁନିଟ ୬ କାଳୀମନ୍ଦିର ଅଞ୍ଚଳର ଦିବ୍ୟଜ୍ୟୋତି ମହାଲିକ (୧୫) ଏବଂ ୟୁନିଟ ୬ ଗଙ୍ଗନଗର ଅଞ୍ଚଳର ସିକୁନ ସେନାପତି(୧୫) ।