Breaking Newsଜାତୀୟରାଜନୀତି

ଆପ୍‌ର ସମ୍ମାନ ରଖିଲେ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଚଳିତ ଥର ବିଧାନସଭା ନିର୍ବାଚନରେ ଆପ୍‌କୁ ପରାସ୍ତ ହେବାକୁ ପଡ଼ିଥିଲେ ମଧ୍ୟ ସମ୍ମାନ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ। ସେ କାଲକାଜୀ ଆସନରୁ ବିଜେପିର ପ୍ରାର୍ଥୀ ରମେଶ ବିଧୁରୀଙ୍କ ଠାରୁ ବିଜୟୀ ହୋଇଛନ୍ତି। ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କ ଭଳି ହେଭିୱେଟ ହାରିଥିଲେ ମଧ୍ୟ ଆତିଶୀ ଜିତିଯାଇଛନ୍ତି ।

ଚଳିତଥର କାଲକାଜୀ ଆସନରେ ଏଥର ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଥିଲା । ବିଜେପିର ରମେଶ ବିଧୁରୀ ଓ କଂଗ୍ରେସର ଅଳକା ଲାମ୍ବା ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ କଡ଼ା ଟକ୍କର ଦେଇଥିଲେ। ଏପରିକି ରମେଶ ବିଧୁରୀ ଆରମ୍ଭରୁ ଲିଡ ମଧ୍ୟ କରୁଥିଲେ। ଆତିଶୀଙ୍କୁ ୪୨,୫୩୦ ଖଣ୍ଡ ଭୋଟ ମିଳିଥିବା ବେଳେ ବିଧୁରୀ ୪୧,୫୪୧ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସର ଅଳକା ଲାମ୍ବାଙ୍କୁ ମାତ୍ର ୩୩୭୭ ଖଣ୍ଡ ଭୋଟ ମିଳିଛି। କିନ୍ତୁ ଦଳ ଏଥର ଦିଲ୍ଲୀରେ ବିଜେପିକୁ ରୋକିବାରେ ସକ୍ଷମ ହୋଇପାରିନି।

 

Related Articles

Back to top button
WP Twitter Auto Publish Powered By : XYZScripts.com