Breaking Newsଓଡ଼ିଶା

ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ଆଜି ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ ୧୮ ଲକ୍ଷ ୧ ହାଜର ୧୯୩ ଜଣ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଲା ଟଙ୍କା । ମହିଳାଙ୍କୁ ୯ ଶହ କୋଟି ୫୯ ଲକ୍ଷ ୬୫ ହାଜର ଟଙ୍କା ବାଣ୍ଟିଲେ ରାଜ୍ୟ ସରକାର। ଯାଜପୁରର ବ୍ୟାସନଗର ଚାନ୍ଦମା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ରିମୋଟ ଟିପି ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ତେବେ ଯେଉଁ ହିତାଧିକାରୀ ମାନେ NPCIରେ ଅସୁବିଧା ଯୋଗୁଁ ବଞ୍ଚିତ ହେବେ ସେମାନଙ୍କୁ ମାର୍ଚ୍ଚ ୮ରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଏକା ସାଙ୍ଗରେ ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Related Articles

Back to top button
WP Twitter Auto Publish Powered By : XYZScripts.com