କ୍ରୀଡ଼ା

ବାରବାଟୀ ଷ୍ଟାଡିଅମ: ୨୦୧୫ରେ ବୋତଲ ଫିଙ୍ଗା, ୨୦୨୫ରେ ଫ୍ଲଡ ଲାଇଟ ବନ୍ଦ, ଆଉ ମିଳିବ ତ ମ୍ୟାଚ୍?

କଟକ : ବାରବାଟୀ ଷ୍ଟାଡିଅମରେ ଫ୍ଲଡଲାଇଟ ବନ୍ଦ ହେବା ଘଟଣା ଏବେ ରାଜ୍ୟ ତଥା ଦେଶଠୁ ଆରମ୍ଭ କରି ପୃଥିବୀର ଚର୍ଚ୍ଚିତ ଖବର । ଖେଳପ୍ରେମୀଙ୍କଠୁ  ଏହି ସମାଲୋଚନା ଏବେ ରାଜନେତାଙ୍କ ମହଲରେ ସରଗରମ ହେଉଛି । କାହିଁକି କଟିଲା ଲାଇଟ? ଓସିଏର କର୍ତ୍ତୃପକ୍ଷଙ୍କ ପରେ ମନ୍ତ୍ରୀ ତଥା ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା ପରେ କେମିତି ହେଲା ଏତେ ବଡ଼ ଭୁଲ? କିଏ ଥିଲା ଏହି ଦାୟିତ୍ୱରେ? ଖେଳ ଚାଲିଥିବା ବେଳେ ଯାନ୍ତ୍ରିକ ତ୍ରୁଟିରେ ଏପରି ଘଟଣା ଘଟିବା ସ୍ୱାଭାବିକ, କିନ୍ତୁ ଏହାର ବ୍ୟାକଅପ୍ ପ୍ଲାନ କ’ଣ ପାଇଁ ରଖାଯାଇନଥିଲା? ଏଭଳି ତମାମ ପ୍ରଶ୍ନ ଏବେ ଉଙ୍କି ମାରୁଛି । କାରଣ ୫ ବର୍ଷ ପରେ ବାରବାଟୀ ମାଟିରେ ଆର୍ନ୍ତଜାତୀୟ ଦିନିକିଆ ଖେଳ ଆୟୋଜିତ କରାଯାଇଥିଲା । କିନ୍ତୁ ସେଥିରେ ବି ଅସଫଳ ହେଲା ଓଡ଼ିଶା । ଭାରତ ଜିତିଗଲା ବୋଲି ସମ୍ମାନ ରହିଗଲା କିନ୍ତୁ ଯଦି ଜିତି ନଥାନ୍ତା କ’ଣ ହୋଇଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ ।

ଏତେ ବର୍ଷ ପରେ ବାରବାଟୀକୁ ଅବସର ମିଳିଥିଲା । କିନ୍ତୁ ଆଗକୁ ଏହି ସୁଯୋଗ ମିଳିବ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ବାରବାଟୀ-କଟକ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ।

କ୍ରୀଡ଼ା ବିଭାଗ ପକ୍ଷରୁ ଓଡ଼ିଶା କ୍ରିକେଟ ଆସୋସିଏସନ ବା ଓସିଏକୁ ଶୋ କଜ୍ ନୋଟିସ ଜାରି ହୋଇଛି ସତ କିନ୍ତୁ ଏତେ ତର୍ଜମା ପରେ କିପରି ଏତେ ବଡ଼ ଭୁଲ ହୋଇପାରିଲା? ଏବଂ ଆଗକୁ ବାରବାଟୀକୁ ମ୍ୟାଚ୍ ମିଳିବ କି ନାହିଁ ତାହା ଚିନ୍ତାର ବିଷୟ ?

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com