
ଭୁବନେଶ୍ୱର : ଆସନ୍ତା ୧୮ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି +୨ ପରୀକ୍ଷା । ଆଉ ବୋର୍ଡ଼ ପକ୍ଷରୁ ଯୁକ୍ତ ୨ ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜିଠାରୁ ପରୀକ୍ଷା ହବକୁ ଗଲା ଯୁକ୍ତ ୨ ପରୀକ୍ଷା ପ୍ରଶ୍ନ ପତ୍ର। ଚଳିତ ବର୍ଷ ୨୦୫ ପରୀକ୍ଷା ହବ ହୋଇଛି। ୧୦ଟି ରୁଟ ଦେଇ ଗଲା ପରୀକ୍ଷା ପ୍ରଶ୍ନପତ୍ର । ଆଜି ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶା ଅଧିନରେ ଆସୁଥିବା ପରୀକ୍ଷା ହବ ଗୁଡିକୁ ଗଲା ପରୀକ୍ଷା ପ୍ରଶ୍ନ ପତ୍ର। କଡାକଡି ସୁରକ୍ଷା ବ୍ୟବସ୍ଥା ଭିତରେ ପରୀକ୍ଷା ହବକୁ ଗଲା ପ୍ରଶ୍ନ ପତ୍ର। ଚଳିତଥର ପାଖାପାଖି ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।