Featuredଓଡ଼ିଶାମନୋରଞ୍ଜନସ୍ୱାସ୍ଥ୍ୟ

ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବାବୁଶାନଙ୍କ ସହ ଭିଡିଓ କଲରେ କଥା ହେଲେ ନବୀନ, ମେଡିକାଲରେ ଦେଖାହେଲେ ଅନୁଭବ

ଗୁରୁଗ୍ରାମ: ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ନବୀନ ପଟ୍ଟନାୟକ । ଉତ୍ତମଙ୍କ ପୁଅ ତଥା ଓଲିଉଡର ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କ ସହ ଭିଡିଓ କଲ୍‌ କରି ଉତ୍ତମଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ନବୀନ । ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଉତ୍ତମ ମହାନ୍ତି। ବାବୁସାନ୍‌ କହିଲେ ବାପା ଭେଣ୍ଟିଲେଟରରେ ଅଛନ୍ତି, ଧୀରେ ଧୀରେ ସୁସ୍ଥ ହେଉଛନ୍ତି ।
ଖାଲି ସେ ବୋଲି ନୁହଁନ୍ତି ଉତ୍ତମ ମହାନ୍ତିଙ୍କ ଚିକିସôା କିପରି ଚାଲିଛି ସେ ନେଇ ହସ୍ପିଟାଲ୍ ରେ ପହଞ୍ଚି ପଚାରି ବୁଝିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ମେଡିକାଲରେ ବାବୁଶାନଙ୍କ ସହ କଥା ହେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଆପଣଙ୍କୁ କହିରଖୁଛୁ ଯେ, ଉତ୍ତମ ଏବେ ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ଅଛନ୍ତି। ସେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଉତ୍ତମ ମହାନ୍ତି ଏକ ଫିଲ୍ମର ଶୁଟିଂ ପାଇଁ ବାହାରକୁ ଯାଇଥିବା ବେଳେ ସେଠାରେ ତାଙ୍କର ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଥିଲା ।ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏହା ପରେ ଚିକିତ୍ସା ହୋଇ ଘରକୁ ଆସିଥିଲେ । ହେଲେ ପୁଣି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ଗତ ୮ ତାରିଖରେ ଏୟାରଲିଫ୍ଟ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com