ଜାତୀୟରାଜନୀତି

ମଣିପୁରରେ ଲାଗୁହେଲା ରାଷ୍ଟ୍ରପତି ଶାସନ

ମଣିପୁରରେ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଇସ୍ତଫା ଦେବା ପରେ ସେଠାରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ।

ବିଧାନସଭା ଅଧିବେଶନ ଆରମ୍ଭ ହେବାର ଦିନକ ପୂର୍ବରୁ ଇସ୍ତଫା ଦେଇଥିଲେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂହ । ସେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ । ତାଙ୍କ ସହିତ ରାଜ୍ୟ ବିଜେପି ସଭାପତି ଏନ୍‌. ଶାରଦା, ବିଜେପି ଉତ୍ତର-ପୂର୍ବ ମଣିପୁର ପ୍ରଭାରୀ ସମ୍ୱିତ ପାତ୍ର ଓ ୧୯ ଜଣ ବିଧାୟକ ଯାଇଥିଲେ । ମଣିପୁରରେ କୁକି ଓ ନାଗା ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ଘଟି ପ୍ରାୟ ଦୁଇ ବର୍ଷ ଧରି ଏଠାରେ ନିଆଁ ଜଳୁଛି । ଦୀର୍ଘ ଦିନ ଧରି ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରୁଥିଲେ । ତେବେ ରବିବାର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପରେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com