ଗିରଫ ହେଲେ ସହଦେବ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରର ବିଚ୍ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ରମା ନାୟକଙ୍କୁ ବର୍ତ୍ତମାନ ଗିରଫ କରିଛି ପୋଲିସ । ଖୋର୍ଦ୍ଧା ଅଞ୍ଚଳରୁ ରମାଙ୍କୁ ମଞ୍ଚେଶ୍ଵର ଥାନା ପୋଲିସ ଗିରଫ କରିଥିବା ଏବେ ସୂଚନା ମିଳିଛି । ଏହା ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଆଉ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ ।
ଜାନୁଆରୀ ୮ ତାରିଖ ଦିନ ରସୁଲଗଡ ଓଭରବ୍ରିଜ୍ ରେ ସହଦେବଙ୍କୁ ଖଣ୍ଡାରେ ହାଣିଥିଲେ ଅଭିଯୁକ୍ତ । ସକାଳୁ ସକାଳୁ ଜନଗହଳି ପୂର୍ଣ୍ଣ ରାସ୍ତାରେ ଝିଅକୁ ସ୍କୁଲରେ ଛାଡି ଘରକୁ ଫେରୁଥିଲେ ସହଦେବ ନାୟକ । ଏହି ସମୟରେ ବାଇକରେ ଦୁଇ ଦୂର୍ବୃତ୍ତ ଆସି ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ରାସ୍ତା ମଝିରେ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲେ ଦୂର୍ବୃତ୍ତ। ଏହି ଘଟଣା ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ମୃତ ଯୁବକ ଜଣଙ୍କ ଥିଲେ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ । ଏହି ମାମଲାରେ ପୋଲିସ ସଙ୍ଗେ ସଙ୍ଗେ ୩ ଜଣଙ୍କୁ ଗିରଫ କରିଥିଲା । ଗିରଫଙ୍କ ମଧ୍ୟରେ ଥିଲେ ଜଣେ ମହିଳା । ପରେ ଆଉ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । କିନ୍ତୁ ଏବେ ଏହି ଘଟଣା ପଛରେ ଥିବା ମାଷ୍ଟରମାଇଣ୍ଡ ରମା ନାୟକକୁ ଗିରଫ କରିଛି ମଞ୍ଚେଶ୍ଵର ପୋଲିସ ।