Breaking NewsFeaturedଓଡ଼ିଶାରାଜନୀତି

ରାଜ୍ୟରେ ମରୁଡି ପଡିଛି IAS ଏବଂ IPS ପଦବୀ

ଭୁବନେଶ୍ୱର : ରାଜ୍ୟରେ IAS,IPS ଅଧିକାରୀଙ୍କ ମରୁଡି ପଡିଛି । ବର୍ତ୍ତମାନ ୬୬ IAS ପଦବୀ ଓ ୬୯ IPS ପଦବୀ ଖାଲିପଡିଛି । ଏ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୨ IAS ଅଧିକାରୀ ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ୧୦ IPS ୫ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ଅନ୍ୟପଟେ ରାଜ୍ୟରେ ଦିନକୁ ଦିନ ବଢୁଛି ଅପରାଧିକ କାର୍ଯ୍ୟକଳାପ । ୨୦୨୩ ତୁଳନାରେ ୨୦୨୪ରେ ପଞ୍ଜିକୃତ ଅପରାଧରେ ବୃଦ୍ଧି ଘଟିଛି। ରାଜ୍ୟରେ ୨୦୨୩ ମସିହାରେ ସର୍ବମୋଟ ୧ ଲକ୍ଷ ୯୯ ହଜାର ୯ଶହ ୫୪ ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିଲା । ସେହିପରି ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଛି। ଏଥିରୁ ଜଣାପଡୁଛି ଯେ ୨୦୨୩ ମସିହା ତୁଳନାରେ ୨୦୨୪ ମସିହାରେ ପଞ୍ଜିକୃତ ଅପରାଧରେ ବୃଦ୍ଧି ଘଟିଛି। ଗୃହରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏଭଳି ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com