Breaking NewsFeaturedଓଡ଼ିଶା
ଇସ୍ତଫା ଦେଲେ IAS ବିଷ୍ଣୁପଦ ସେଠୀ

ଭୁବନେଶ୍ୱର : ବର୍ତ୍ତମାନ ଚର୍ଚ୍ଚାରେ IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା । ଆଜି ତାଙ୍କ ବାସଭବନରେ ହୋଇଥିବା CBI ରେଡ ପ୍ରତିବାଦରେ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଏସମ୍ପର୍କରେ ଏକ ଚିଠି ମୁଖ୍ୟ ଶାସନ ସଚିବଙ୍କୁ ବିଷ୍ଣୁପଦ ଲେଖିଥିବା ସୂଚନା ମିଳିଛି। ତେବେ ଆଜି ତାଙ୍କ ବାସଭବନରେ ହୋଇଥିବା ସିବିଆଇ ରେଡକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏତଲା ନ ଥାଇ କାହିଁକି ତାଙ୍କ ଘରେ ରେଡ ହେବା ସହ ତାଙ୍କ ମାନ ସମ୍ମାନ ହାନି ହୋଇଥିବା ଉକ୍ତ ଚିଠିରେ ଲେଖାଯାଇଛି।
ମୋ ଘରେ ସିବିଆଇ ପକ୍ଷରୁ ଜୋରଜବରଦସ୍ତ ରେଡ ଚାଲିଛି । ମୋ ବିରୁଦ୍ଧରେ ଏହା ଏକ ଷଡଯନ୍ତ୍ର ଭଳି ଲାଗୁଛି। ବ୍ରିଜ ଆଣ୍ଡ ରୁଫ କମ୍ପାନୀ ସହିତ ମୋର ବାସ୍ତବରେ କୌଣସି ସମ୍ପର୍କ ନ ଥିବା ସହ ମୋର କିଛି ଦୋଷ ନାହିଁ ବୋଲି ବିଷ୍ଣୁପଦ କହିଛନ୍ତି ।