Breaking NewsFeaturedଓଡ଼ିଶା

IAS ବିଷ୍ଣୁପଦ ସେଠୀଙ୍କ ବାସଭବନରେ CBI ରେଡ୍

ଭୁବନେଶ୍ୱର : ଆଜି ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ କରିଛି ସିବିଆଇ । ସିବିଆଇର ୮ ଜଣିଆ ଟିମ୍ ତାଙ୍କ ବାସଭବନରେ ରେଡ୍ କରିଥିବା ସୂଚନା ମିଳିଛି । ଟେଣ୍ଡର ଫିକ୍ସିଂ ମାମଲାରେ ବାରମ୍ବାର ସମନ ପରେ ବି ହାଜର ନହେବା ଏବଂ ବ୍ରିଜ୍ ଆଣ୍ଡ ରୁଫ୍‌ କମ୍ପାନୀ ସହ ଲିଙ୍କ୍‌ ନେଇ ଖୋଳତାଡ଼ କରୁଛି ସିବିଆଇ । ପୂର୍ବରୁ ଏକ ଦୁର୍ନୀତି ମାମଲାରେ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ କରିଥିଲା । ଏଥିସହ ତାଙ୍କ 3 ଡ୍ରାଇଭରଙ୍କୁ ମଧ୍ୟ ସମନ କରିଥିଲା ସିବିଆଇ ।

ଆଜି ସକାଳୁ ପୁଣିଥରେ CBI ର ୮ ଜଣିଆ ଟିମ IAS ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍‌ କରିଛି। ଏହି ଚଢ଼ାଉକୁ ନେଇ ଏବେ ମୁହଁ ଖୋଲିଛନ୍ତି ବିଷ୍ଣୁପଦ ସେଠୀ । ସେ କହିଛନ୍ତି ବିନା କାରଣରେ ଆସି ମୋ ଘରେ ରେଡ୍‌ କରୁଛି ସିବିଆଇ । ମୁଁ ୩୦ ବର୍ଷ ଧରି ସ୍ୱଚ୍ଛତାର ସହ କାମ କରିଛି । ଚଞ୍ଚଳ ମୁଖାର୍ଜୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । କିନ୍ତୁ ସିବିଆଇ ଟିମ୍‌ ତାଙ୍କୁ ନଧରି ଆମ ଘରେ ଆସି ରେଡ୍‌ କରୁଛନ୍ତି ବୋଲି କହିଛନ୍ତି ବିଷ୍ଣୁପଦ ସେଠୀ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com