Breaking NewsFeaturedଓଡ଼ିଶାରାଜନୀତି

କଂଗ୍ରେସ କରୁଛି ସଂକଳ୍ପ ପଦଯାତ୍ରା

ଭୁବନେଶ୍ୱର : ରାଜ୍ୟରେ ନୂଆ ପିସିସି ସଭାପତି ନିଯୁକ୍ତି ହେବା ପରେ ଏବେ ଫୁଲ୍ ଜୋସରେ କଂଗ୍ରେସ । ୮ ମାସ ଧରି ମୁରବୀ ବିହୀନ ଥିବା ରାଜ୍ୟ କଂଗ୍ରେସର ନୂଆ ସଭପତି ଓ ପ୍ରଭାରୀ ଚୟନ ପରେ ଏବେ ପୂରା ଦମରେ ଦଳ । ରାହୁଲ ଗାନ୍ଧୀଙ୍କ ଭାରତଯୋଡ ଯାତ୍ରା ଭଳି କଂଗେସ କରିବ ସଂକଳ୍ପ ପଦଯାତ୍ରା । ଆଜିଠାରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱ ତିନିଦିନିଆ ପଦଯାତ୍ରା କରିବ ଦଳ ।

ଲୋକଙ୍କ ସହ ଯୋଡି ହେବା ପାଇଁ କଂଗ୍ରେସ କରୁଛି ପଦଯାତ୍ରା । ଆଜି ଭୁବନେଶ୍ୱରରୁ ପୁରୀ ଚାଲି ଚାଲି ଯିବେ ଦଳୀୟ ହେଭିୱେଟ ନେତା ଓ କର୍ମୀ । ଭୁବନେଶ୍ୱର ବିମାନବନ୍ଦରରୁ ପଦଯାତ୍ରା ବାହାରି ଲିଙ୍ଗିପୁର ପର୍ଯ୍ୟନ୍ତ ଯିବ । ଲିଙ୍ଗିପୁରରୁ ପିପିଲି ଯିବା ପରେ ପିପିଲିରେ ରାତ୍ରି ଯାପନ କରିବେ ପିସିସି ସଭାପତି ଭକ୍ତ ଦାସ ଏବଂ ଅନ୍ୟ କର୍ମୀମାନେ । ୧୯ ତାରିଖରେ ପୁଣିଥରେ ପିପିଲିରୁ ପଦଯାତ୍ରା ବାହାରି ତେଇଶପୁର ଯିବ । ସେଠାରୁ ମଧ୍ୟାହ୍ନଭୋଜନ ପରେ ଚନ୍ଦନପୁର ପହଞ୍ଚି ରାତ୍ରିଯାପନ କରିବେ । ସେହିପରି ୨୦ ତାରିଖ ସକାଳେ ସକଂଳ୍ପ ପଦଯାତ୍ରା ଚନ୍ଦନପୁରରୁ ବାହାରି ବାଟମଙ୍ଗଳାରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ । ଅପରାହ୍ନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି । ସଂକଳ୍ପ ପଦଯାତ୍ରା ନାଁ ରେ ଲୋକଙ୍କ ସହ ଯୋଡି ହେବା ଏବଂ ସଫଳ ଓଡିଶାର ରୂପାୟନ ପାଇଁ ଯୋଜନା କରିଛନ୍ତି ନବ ନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସ ।

Related Articles

Back to top button
WP Twitter Auto Publish Powered By : XYZScripts.com