Featuredଓଡ଼ିଶାମନୋରଞ୍ଜନ

ଆରପାରିରେ କିମ୍ବଦନ୍ତୀ ଉତ୍ତମ ମହାନ୍ତି, ୬୭ ବୟସରେ ଲିଭର ସିରୋସିସ୍ ରୋଗରେ ଶେଷ ନିଃଶ୍ୱାସ ତ୍ୟାଗ

ଭୁବନେଶ୍ୱର: କିମ୍ବଦନ୍ତୀ ତାରକାରୁ ଆକାଶର ତାରକା ପାଲଟିଗଲେ ଉତ୍ତମ ମହାନ୍ତି । ଚାଲିଗଲେ ଉତ୍ତମ । ନିଖୁଣ ଅଭିନୟରେ ଓଡ଼ିଆ ସିନେମାରେ ଛାଡ଼ିଗଲେ ଅଲିଭା ଛାପ । ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ଗୁରୁଗାଓଁ ‌ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପ‌ରଲୋକ ହୋଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଉତ୍ତମଙ୍କ ବିୟୋଗରେ ଓଲିଉଡ୍‌ ତଥା ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍‌ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ‌ସେଠାରେ ତାଙ୍କର ଲିଭର ସିରୋସିସ୍‌ ସହ ନିମୋନିଆର ଚିକିତ୍ସା ଚାଲିଥିଲା। ସାରା ରାଜ୍ୟରେ ଶହଶହ ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା କରିଥିଲେ। ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ‌ଶେଷରେ ଚିରବିଦାୟ ନେଇଗଲେ ଉତ୍ତମ। ତାଙ୍କର ପରଲୋକରେ ଓଲିଉଡ୍‌ରେ ଏକ ଯୁଗର ଅବସାନ ଘଟିଲା। ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Related Articles

Back to top button