ସିଙ୍ଗର ଶ୍ରେୟା ଘୋଷାଲଙ୍କ ‘ X ’ ଆକାଉଣ୍ଟ ହ୍ୟାକ୍: ପୋଷ୍ଟ କରି ଦେଲେ ସୂଚନା

ନୂଆଦିଲ୍ଲୀ: ବଲିଉଡର ଫେମସ ସିଙ୍ଗର ଶ୍ରେୟା ଘୋଷାଲ। ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ ଅନେକ ଚମତ୍କାର ଗୀତ ଗାଇଛନ୍ତି। କିନ୍ତୁ ଏବେ ଶ୍ରେୟାଙ୍କ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତାଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଶ୍ରେୟା ଘୋଷାଲ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଏହି ସମ୍ପର୍କରେ ସୂଚନା ଦେଇଛନ୍ତି।
ଆଜି ଶ୍ରେୟା ଘୋଷାଲ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ଫଲୋଅର୍ସଙ୍କୁ ସୂଚନା ଦେଇ କହିଛନ୍ତି, ତାଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଫଟୋ ଶେୟାର କରିବା ସମୟରେ ଶ୍ରେୟା ଲେଖିଛନ୍ତି, ନମସ୍କାର ପ୍ରଶଂସକ ଏବଂ ବନ୍ଧୁଗଣ। ମୋର Twitter/X ଆକାଉଣ୍ଟ ଗତ ଫେବୃଆରୀ ୧୩ ତାରିଖରୁ ହ୍ୟାକ୍ ହୋଇଛି। ମୁଁ ଏକ୍ସ ଟିମ୍ ସହିତ ଏ ବାବଦରେ ଯୋଗାଯୋଗ କରିଛି। କିନ୍ତୁ ସେମାନଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ, ମୁଁ ମୋ ଆକାଉଣ୍ଟକୁ ଡିଲିଟ ମଧ୍ୟ କରିପାରୁନାହିଁ। କାରଣ ମୁଁ ଆଉ ଲଗ ଇନ କରିପାରୁନାହିଁ। ଦୟାକରି କୌଣସି ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ କିମ୍ବା ସେହି ଆକାଉଣ୍ଟରୁ ଲେଖାଯାଇଥିବା କୌଣସି ମେସେଜକୁ ବିଶ୍ୱାସ କରନ୍ତୁ ନାହିଁ, ସେଗୁଡ଼ିକ ସବୁ ସ୍ପାମ। ଯଦି ଆକାଉଣ୍ଟଟି ପୁନରୁଦ୍ଧାର ହୋଇ ସୁରକ୍ଷିତ ହୁଏ ତେବେ ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଏକ ଭିଡିଓ ମାଧ୍ୟମରେ ଅପଡେଟ କରିବି ବୋଲି କହିଛନ୍ତି ଶ୍ରେୟା।