Breaking NewsFeaturedଓଡ଼ିଶା
ଭୁବନେଶ୍ୱରରେ ଉପରମୁହାଁ ପାରଦ

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ହିଁ ଓଡ଼ିଶାରେ ବଢ଼ିଲାଣି ସୂର୍ଯ୍ୟଙ୍କ କିରଣ । ୧୦ ଟା ପରେ ଘରୁ ପଦାକୁ ବାହାରିପାରୁନି। ତେବେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଆଗକୁ ଆହୁରି ଖରା ବଢ଼ିବ । ଆଜି ଦିନ ୨ଟା ୩୦ ସମୟରେ ରାଜଧାନୀ ଭୁବନେଶ୍ୱରରେ ୩୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡା ୩୭.୮° ସେଲସିୟସ ରହିଥିବାବେଳେ ସମ୍ବଲପୁର ୩୭.୬ ° ସେଲସିୟସ ରହିଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ଟପିବ । ୧୨ ତାରିଖ ପରେ ଉତ୍ତର ଓଡ଼ିଶା ତାତିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।