ମନୋରଞ୍ଜନ

ସିରାଜଙ୍କ ସହ ଡେଟିଂକୁ ନେଇ ମୁହଁ ଖୋଲିଲେ ମାହିରା

ମୁମ୍ବାଇ: ଅଭିନେତ୍ରୀ ମାହିରା ଶର୍ମା ଏବଂ ପ୍ରସିଦ୍ଧ କ୍ରିକେଟର ମହମ୍ମଦ ସିରାଜଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା ଏବେ ବି ଜୋର ଧରିଛି। ମାହିରା ଶର୍ମାଙ୍କୁ ଗତ କିଛି ଦିନ ଧରି କ୍ରିକେଟର ମହମ୍ମଦ ସିରାଜଙ୍କ ସହ ଯୋଡା ହେଉଥିଲା । ୨୦୨୩ରୁ ମାହିରା ଏବଂ ସିରାଜଙ୍କ ସମ୍ପର୍କକୁ ନେଇ ଆଲୋଚନା ଜୋର ଧରିଥିଲା । ୨୦୨୪ରେ ସିରାଜ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମାହିରାଙ୍କ ଏକ ପୋଷ୍ଟକୁ ଲାଇକ କରିବା ପରେ ଏହି ଗୁଜବ ଜୋର ଧରିଥିଲା। କିନ୍ତୁ ଏବେ ଦୁହିଁଙ୍କ ଭିତରେ କିଛି ଅଛି କି ନାହିଁ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇଛି। ଏବେ ଏହି ଖବର ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ମାହିରା। ଏକ ସାକ୍ଷାତକାରରେ ସେ ଏହି ରିପୋର୍ଟଗୁଡ଼ିକୁ ଗୁଜବ ବୋଲି କହିଛନ୍ତି। ଏହା ସହିତ ଡେଟିଂ ଏବଂ ଏପରି ଜିନିଷ ଠାରୁ ଦୂରେଇ ରହିଥିବା କଥା ସ୍ପଷ୍ଟ ଭାବରେ କହିଛନ୍ତି।

ଏକ ସାକ୍ଷାତକାରରେ, ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ମହମ୍ମଦ ସିରାଜଙ୍କୁ ଡେଟ୍‌ କରୁଛନ୍ତି କି, ସେ କହିଲେ ଯେ ଏହି ଖବର ସତ୍ୟ ନୁହେଁ, ସେ କାହାକୁ ଡେଟ୍‌ କରୁନାହାଁନ୍ତି। ମାହିରା ଏହା ମଧ୍ୟ କହିଛନ୍ତି, ସେ ଜଣେ ଅଭିନେତ୍ରୀ ହୋଇଥିବାରୁ ଏପରି ଗୁଜବକୁ ଏଡାଇବା କଷ୍ଟକର । ଲୋକମାନେ ପ୍ରାୟତଃ ତାଙ୍କୁ ତାଙ୍କ ସହ-କଳାକାରଙ୍କ ସହିତ ମଧ୍ୟ ଯୋଡନ୍ତି । ଆଉ ସେ ଏପରି ଗୁଜବକୁ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ ବୋଲି କହିଛନ୍ତି ମାହିରା ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com