ପରାଜୟ ପରେ ଦିନିକିଆ ଫର୍ମାଟରୁ ଅବସର ନେଲେ ଷ୍ଟିଭ୍ ସ୍ମିଥ୍

ଦିନିକିଆ କ୍ରିକେଟରୁ ଅବସର ନେଲେ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ଅଧିନାୟକ ଷ୍ଟିଭ୍ ସ୍ମିଥ୍ । ଅଷ୍ଟ୍ରେଲିଆ ଦଳ ସ୍ମିଥଙ୍କ ଅଧିନାୟକତ୍ୱରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଖେଳିଥିଲା। ସେମିଫାଇନାଲରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ପରାଜୟ ସହିତ ଦଳ ଟୁର୍ନାମେଣ୍ଟରୁ ବାଦ ପଡ଼ିଥିଲା। ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଚାମ୍ପିଅନ୍ସ ଟ୍ରଫି ୨୦୨୫ ସେମିଫାଇନାଲରେ ପହଞ୍ଚିଥିଲା। କିନ୍ତୁ ତାଙ୍କୁ ଏଠାରେ ଭାରତ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଲା। ସେମିଫାଇନାଲରେ ଷ୍ଟିଭ ସ୍ମିଥ ୭୩ ରନର ଇନିଂସ ଖେଳିଥିଲେ। ଏହି ମ୍ୟାଚ ପରେ ଏବେ ସ୍ମିଥ ଦିନିକିଆରୁ ଅବସର ନେଇଛନ୍ତି । ସେ ତାଙ୍କ କ୍ୟାରିୟରର ଶେଷ ଦିନିକିଆ ମ୍ୟାଚ ଗତକାଲି ଟିମ ଇଣ୍ଡିଆ ବିପକ୍ଷରେ ଖେଳିଥିଲେ। ଷ୍ଟିଭ୍ ସ୍ମିଥ୍ ଦିନିକିଆରେ ଅଷ୍ଟ୍ରେଲିଆ ପାଇଁ ୧୭୦ଟି ମ୍ୟାଚ ଖେଳି ମୋଟ ୫୮୦୦ ରନ କରିଛନ୍ତି। ସ୍ମିଥ ଏହି ଫର୍ମାଟରେ ୧୨ଟି ଶତକ ଏବଂ ୩୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ତାଙ୍କର ସର୍ବୋତ୍ତମ ଦିନିକିଆ ସ୍କୋର ହେଉଛି ୧୬୪ ରନ।
ଅବସର ଘୋଷଣା କରିବା ପରେ ସ୍ମିଥ କହିଛନ୍ତି, ଅବସର ପରେ, ପ୍ରତ୍ୟେକ ମୁହୂର୍ତ୍ତ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଛି। ମୋ ପାଇଁ ଏହା ଏକ ସୁନ୍ଦର ଯାତ୍ରା ଥିଲା। ମୋ କ୍ୟାରିୟର ସମୟରେ ମୁଁ ବହୁତ ଭଲ ସ୍ମୃତି ସଂଗ୍ରହ କରିଛି। ଦୁଇଟି ବିଶ୍ୱକପ ଜିତିବା ମୋ କ୍ୟାରିୟରର ସବୁଠାରୁ ଗୌରବମୟ ମୁହୂର୍ତ୍ତ ଥିଲା। ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ପ୍ରସ୍ତୁତି ପାଇଁ ଅନ୍ୟ ଖେଳାଳିମାନଙ୍କ ପାଇଁ ଏବେ ଏକ ଭଲ ସୁଯୋଗ।