
ବ୍ରହ୍ମପୁର: ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତିର ପଇସା ପାଇବେ ମହିଳା । ବ୍ରହ୍ମପୁରରେ ଏକ କାର୍ଯ୍ୟକ୍ରମରେ ଏହି ଟଙ୍କାକୁ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବ୍ରହ୍ମପୁର ଆମ୍ବପୁଆ ପଡ଼ିଆରେ ଆୟୋଜିତ କାର୍ୟ୍ୟକ୍ରମରେ ସାମିଲ ହୋଇ ମହିଳାଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି କାର୍ୟ୍ୟକ୍ରମରେ ପ୍ରାୟ ୨୫ହଜାର ମହିଳା ସାମିଲ ହେବାର କାର୍ୟ୍ୟକ୍ରମ ରହିଛି ।