Featuredଓଡ଼ିଶା

ପ୍ରଶାସନିକ କ୍ଷେତ୍ରରେ ଅଦଳ ବଦଳ; ୩ IAS ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ପ୍ରଶାସନିକ କ୍ଷେତ୍ରରେ ଛୋଟ ଧରଣର ବିଭାଗ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ବୈଷୟିକ ଶିକ୍ଷା ଏବଂ ତାଲିମର ନିଦେ୍ର୍ଦଶକ ସମର୍ଥ ବର୍ମାଙ୍କୁ ଓଡିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହାଛଡା ଲଘୁ ଖଣିଜ ବିଭାଗର ମଧ୍ୟ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ସମର୍ଥ । ସେହିପରି ପୂର୍ବରୁ ଲଘୁ ଖଣିଜ ବିଭାଗର ନିଦେ୍ର୍ଦଶକ ଥିବା କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓଡିଶା ରାଜ୍ୟ ସିଭିଲ ସପ୍ଲାଇଜ କର୍ପୋରେସନ ଲିମିଟେଡର ପରିଚାଳନା ନିଦେ୍ର୍ଦଶକ ଭାବେ ନିଯୁକ୍ତ ହୋଇଛନ୍ତି । ଏହାସହିତ ସମାନ୍ତରାଳ ଭାବେ ଅତିରିକ୍ତ ଶାସନ ସଚିବ ଦାୟିତ୍ୱ ମଧ୍ୟ ସମ୍ଭାଳିବେ । ସେହିଭଳି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଶୁଭମ ସକ୍ସେନାଙ୍କୁ କୃଷି ଏବଂ ଖାଦ୍ୟ ଉତ୍ପାଦନ ବିଭାଗର ନିଦେ୍ର୍ଦଶକ ଭାବେ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com