Featuredଓଡ଼ିଶାରାଜନୀତି

ନବ ଦାସ ହତ୍ୟା ମାମଲା: ଆଜି ବି କ୍ରାଇମବ୍ରାଞ୍ଚର ଖୋଳତାଡ଼ ଜାରି

ଝାରସୁଗୁଡ଼ା: ଆଜି ବି ଚାଲିଛି ତନାଘନା । ନବ ଦାସ ହତ୍ୟା ମାମଲାରେ ଆକ୍ସନ ମୋଡରେ ଚାଲିଛି କ୍ରାଇମବ୍ରାଞ୍ଚର ଖୋଳତାଡ଼ । ଗତକାଲି ଝାରସୁଗୁଡ଼ା ସରବାହାଲ ବାସଭବନରେ ନବଙ୍କ ପତ୍ନୀ ମୀନତି, ଝିଅ ଦୀପାଳି ଏବଂ ପୁଅ ବିଶାଲ ଦାସଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିଥିବାବେଳେ ମୀନତିଙ୍କୁ ୩ ଘଣ୍ଟା ପଚରା ଉଚରା କରିଛି କ୍ରାଇମ୍‌ବ୍ରାଞ୍ଚର ୨ ଜଣିଆ ଦଳ।
ଆଜି ମଧ୍ୟ ଏହି ତନାଘନା ଜାରି ରହିଛି । ତେବେ ଗତକାଲି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ ନବ ଦାସଙ୍କ ପରିବାର । ନବଙ୍କ ପତ୍ନୀ ମିନତି ଦାସ, ଝିଅ ତଥା ପୂର୍ବତନ ବିଜେଡି ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଲ ଦାସ ମୋହନଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଦାବିପତ୍ର ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com