Featuredଜାତୀୟରାଜନୀତି

ମୋଦୀ-ମୋହନ ମିଟିଂ; ନିଆଯିବ କି ବଡ଼ ନିଷ୍ପତି?

ନାଗପୁର: ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଚଳଚଞ୍ଚଳ ନାଗପୁର ରେଶମବାଗସ୍ଥିତ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ବା RSS ମୁଖ୍ୟ କାର୍ଯ୍ୟାଳୟ । ମାର୍ଚ୍ଚ ୩୦, ଅର୍ଥାତ୍ ରାଷ୍ଟୀୟ ହିନ୍ଦୁ ନୂଆ ବର୍ଷରେ RSS ସମର୍ଥିତ ମାଧବ ଚକ୍ଷୁ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରିବେ । ଏହି ଅବସରରେ ମୋଦିଙ୍କ ସହିତ ଗୋଟିଏ ମଞ୍ଚରେ ବସିବେ ସଂଘ ମୁଖ୍ୟ ମୋହନ ଭାଗବତ । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ତୃତୀୟ ଏବଂ ୨୦୨୪ ଲୋକସଭା ନିର୍ବାଚନ ଜିତିବାପରେ ପଥମ କରି ମୋଦି ମୋହନଙ୍କ ସହିତ ଏକାଠି ମଞ୍ଚରେ ରହିବେ । ବିଶେଷକରି ବିଜେପିର ପରବର୍ତ୍ତୀ ସଭାପତି ଘୋଷଣା ସମ୍ପର୍କରେ ମୋଦି-ମୋହନଙ୍କ ମଧ୍ୟରେ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଉଭୟଙ୍କର ଏହି ସାକ୍ଷାତ ଉପରେ ରାଜନୀତିକ ବିଷାରଦମାନେ ନଜର ରଖିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିଶ ଗଡକରୀ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏଥିସହିତ ସଂଘ ମୁଖ୍ୟାଳୟରେ ପ୍ରତିଷ୍ଠାତା କେଶବ ବଳିରାମ ହେଡଗେୱାରଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ମୋଦି । ଯଦି ଏପରି ହୁଏ ତେବେ ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ପରେ RSS ମୁଖ୍ୟାଳୟକୁ ଏହା ମୋଦିଙ୍କର ପ୍ରଥମ ଗସ୍ତ ହେବ । ସେହିପରି ପ୍ରଧାନମନ୍ତ୍ରୀ ହେବା ପରଠାରୁ RSS କାର୍ଯ୍ୟାଳୟକୁ ମଧ୍ୟ ମୋଦିଙ୍କର ଏହା ପ୍ରଥମ ଗସ୍ତ । ତେବେ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ସଂଘ ମୁଖ୍ୟାଳୟକୁ ବି ଆସିଥିଲେ । ଏନେଇ ସୂଚନା ଦେଇଛନ୍ତି ସଂଘର ପ୍ରଚାର ପ୍ରମୁଖ ସୁନିଲ ଆମ୍ବେକର ।

Related Articles

Back to top button
WP Twitter Auto Publish Powered By : XYZScripts.com