Breaking NewsFeaturedଓଡ଼ିଶାରାଜନୀତି

ବିଧାନସଭା ଆଗରେ ବଢିଲା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ବିଧାନସଭା ଆଗରେ ବଢିଲା ସୁରକ୍ଷା ବ୍ୟବସ୍ଥା । କଂଗ୍ରେସ ସଦସ୍ୟଙ୍କୁ ନିଲମ୍ବନ କରିବା ପରେ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କାରଣ ବିଧାନସଭା ମୁହାଁ ଆଗଉଛନ୍ତି କଂଗ୍ରେସ ସେନା । ଫୁଲ ଆକ୍ସନ ମୋଡରେ ବିଧାନସଭା ଆଡ଼କୁ ମାଡ଼ି ଚାଲିଛନ୍ତି ପିସିସି ସଭାପତିଙ୍କ ସମେତ, ସମସ୍ତ କଂଗ୍ରେସ କର୍ମୀ । ମହିଳା, ଛାତ୍ର ଓ ଯୁବ କଂଗ୍ରେସ ମଧ୍ୟ କରୁଛି ଗର୍ଜନ ।
କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ନିଦେ୍ର୍ଦଶ ପରେ ଦେଖିବାକୁ ମିଳିଛି ହାଇଡ୍ରାମା । ରାସ୍ତାରେ ଅହୋରାତ୍ର ଧାରଣା ଦେଇଛନ୍ତି କଂଗ୍ରେସ ବିଧୟକ । ପିସିସି ସଭାପତି ଭକ୍ତ ଚରଣ ଦାସ, ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ, ନିଲମ୍ବିତ ହୋଇଥିବା ବିଧାୟକ, ଛାତ୍ର ଓ ଯୁବ କଂଗ୍ରେସର ନେତା ଓ କର୍ମୀମାନେ ରାଜରାସ୍ତାରେ ଦେଇଛନ୍ତି ଧାରଣା । ମାଷ୍ଟରକ୍ୟାଣ୍ଟିନ ଛକରେ ଖୋଲା ଆକାଶ ତଲେ ରାସ୍ତାରେ ବସି ବାଚସ୍ପତିଙ୍କ ନିଲମ୍ବନ ନିଦେ୍ର୍ଦଶକୁ କରିଛନ୍ତି ନିନ୍ଦା । କିଛି ଦିନ ପୂର୍ବରୁ ନିଲମ୍ବିତ ହୋଇଥିବା ଜୟପୁର ବିଧାୟକ ତାରା ବାହିନୀପତି ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com