Breaking NewsFeaturedଓଡ଼ିଶାରାଜନୀତି
ଲାଠି ଚାର୍ଜ, ପାଣି ମାଡ଼ ପରେ ଲୁହ ବୁହା ଗ୍ୟାସ ସ୍ପ୍ରେ କଲା ପୁଲିସ

ଭୁବନେଶ୍ୱର: ଲାଠି ଚାର୍ଜ କଲା ପୁଲିସ । କଂଗ୍ରେସ ବିକ୍ଷୋଭରେ ଆକ୍ସନ ଦେଖାଇଲା ପୁଲିସ । କଂଗ୍ରେସ କର୍ମୀଙ୍କ ଉପରେ କଲା ଲାଠିଚାର୍ଜ । ଗାନ୍ଧୀମାର୍ଗରେ ପୁଲିସର ଅକ୍ସନ ପରେ ପୁଲିସକର୍ମୀଙ୍କ ଉପରକୁ ଚେୟାର ଫୋପାଡିଛନ୍ତି କଂଗ୍ରେସ କର୍ମୀ । ଖାଲି ଲାଠି ଚାର୍ଜ ନୁହେଁ, ପାଣି ମାଡ଼ ବି କରିଛନ୍ତି ପୁଲିସ କର୍ମୀ । ବଦଳରେ ଚେୟାର ଫୋପାଡ଼ିବା ସହ ଠେଲା ପଥର ମାଡ଼ କରିଥିଲେ କଂଗ୍ରେସ କର୍ମୀ । ଆନେ୍ଦାଳନ ସ୍ଥଳରୁ ଲୋକଙ୍କୁ ଘଉଡାଇବା ପାଇଁ ସୁରକ୍ଷାକର୍ମୀମାନେ ବିକ୍ଷୋଭକାରୀଙ୍କ ଉପରକୁ ଲୁହ ବୁହା ଗ୍ୟାସ ମଧ୍ୟ ସ୍ପ୍ରେ କରିଛନ୍ତି ।