Featuredଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଭକ୍ତଙ୍କୁ ମନା ଶ୍ରୀମନ୍ଦିର ପ୍ରବେଶ

ପୁରୀ: ବନ୍ଦ ରହିବ ଜଗା ଦର୍ଶନ । ଭକ୍ତଙ୍କୁ ମନା ଶ୍ରୀମନ୍ଦିର ପ୍ରବେଶ । ୫ ଘଣ୍ଟା ଧରି ଭକ୍ତଙ୍କ ମନ୍ଦିର ପ୍ରବେଶକୁ ବନ୍ଦ କରିଛି ମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଖସାପଡା ଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ନୀତି ଆରମ୍ଭ ହେବ । ଗୁପ୍ତ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ । ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦେଇଛି ମନ୍ଦିର ପ୍ରଶାସନ ।