Featuredଓଡ଼ିଶାରାଜନୀତି

କାଲି ନବୀନ ଆଜି ପ୍ରଭାତ; ନବୀନଙ୍କ ମନ୍ତବ୍ୟକୁ ନେଇ ପ୍ରଭାତ ଝାଡ଼ିଲେ ଅସନ୍ତୋଷ, ପରୋକ୍ଷରେ ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

ଭୁବନେଶ୍ୱର: ଚାଲିଛି ଟାର୍ଗେଟ, କାଉଣ୍ଟର ଟାର୍ଗେଟର ପର୍ବ । ପ୍ରଭାତଙ୍କ ପରେ ନବୀନ ଓ ପୁଣି ଆଉ ଥରେ ଜବାବ ରଖିଛନ୍ତି ପ୍ରଭାତ । ପ୍ରେସମିଟ କରି ନବୀନଙ୍କ ପାଇଁ ନିଜ ଅସନ୍ତୋଷ ଜାହିର କରିଛନ୍ତି ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀ । ପରୋକ୍ଷରେ ଭି କେ ପାଣ୍ଡିଆନଙ୍କୁ କରିଛନ୍ତି ଟାର୍ଗେଟ । ନବୀନ ମିଛ କହିଛନ୍ତି ବୋଲି କହିଛନ୍ତି ପ୍ରଭାତ । ନବୀନଙ୍କ ମାଧ୍ୟମରେ ମିଛ କୁହାଯାଇଛି । ମୁଁ ଚିଟଫଣ୍ଡ ମାମଲାରେ ପୁଲିସ କେସରେ ଫଶି ନଥିଲି । ୨୦୧୭ରେ ମୋ ଉପରେ ନିଲମ୍ବନ ଉଠାଇଦେଇଥିଲା । କାଲି ନବୀନ କହୁଛନ୍ତି ସେ ଦଳର ନେତା ନୁହଁନ୍ତି । ମୁଁ କାଲି ଯାଏ ବିଜେଡିରେ ଥିଲି । କାଲିଠୁ ମୁଁ ଆଉ ଦଳର ନେତା ନୁହେଁ । ଦଳର ନେତା ନାହିଁ କହିବା ନବୀନଙ୍କ ମୁହଁରେ ଶୋଭା ପାଉନି । ମୁଁ ଦୋଷୀ ନୁହେଁ, କୋର୍ଟଙ୍କ ନିଷ୍ପତି ପୂର୍ବରୁ ସଭାପତି ନିଷ୍ପତି ଶୁଣାଇଦେଲେ । ନ୍ୟୟାଳୟର ଯାହା ନିଷ୍ପତି ହେବ ମୁଁ ତାକୁ ମାନିବି ବୋଲି କହିଛନ୍ତି ଏହି ପୂର୍ବତନ ବିଧାୟକ । ତେବେ ବୁଧବାର ବିଜେଡି ସୁପ୍ରିମୋ ରାଜ୍ୟ ରାଜନୀତିରେ ଚାଲିଥିବା ହଲଚଲକୁ ନେଇ ମୁହଁ ଖୋଲିଥିଲେ । ପ୍ରଭାତଙ୍କ ପାଣ୍ଡିଆନ ସମାଲୋଚନାକୁ ନେଇ ରଖିଥିଲେ ପକ୍ଷ । ଯାହାକୁ ନେଇ ଆଜି ପ୍ରଭାତ ମଧ୍ୟ ନବୀନଙ୍କ ମନ୍ତବ୍ୟକୁ କରିଛନ୍ତି କାଉଣ୍ଟର ।

Related Articles

Back to top button
WP Twitter Auto Publish Powered By : XYZScripts.com