ଐତିହ୍ୟ ଓ ସଂସ୍କୃତିଓଡ଼ିଶା
କଟକରେ ଧୁମ ଧାମରେ ପାଳନ ହେବ ଓଡ଼ିଆ ନବ ବର୍ଷ

କଟକ: କଇଂରାଜୀ ନବ ବର୍ଷକୁ ସାଧାରଣତଃ ବେଶ୍ ଧୁମ୍ ଧାମର ସହ ପାଳନ କରାଯାଇଥାଏ । ଯେମିତି ଡିସେମ୍ବର ୩୧ ତାରିଖରେ ବିଭିନ୍ନ ସ୍ଥାନରେ ନାଚ ଗୀତ ସହ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥାଏ,ଠିକ୍ ସେହିପରି ଓଡ଼ିଆ ନବ ବର୍ଷ ଅର୍ଥାତ୍ ପଣା ସଂକ୍ରାନ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବାକୁ ଆଜି କଟକ ପାନ୍ଥ ନିବାସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ “ଛାତ୍ର ସମାଜ ଓଡ଼ିଶା ଓ ସ୍ବପ୍ନ” ପକ୍ଷରୁ କୁହାଯାଇଛି ।
୧୩ ତାରିଖ ସନ୍ଧ୍ୟାରେ କଟକ ଖ୍ରୀଷ୍ଟିଆନ ପଡ଼ିଆରେ ଓଡ଼ିଆ ନବବର୍ଷ ପାଳନ ଅବସରରେ ନାଚ ଗୀତ ସହିତ ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ, ପାଇକ ନୃତ୍ୟ ଇତ୍ୟାଦି ପରିବେଷଣ କରାଯିବା ସହିତ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ମଧ୍ୟ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବାରେ ଏହା ଏକ ସୁନ୍ଦର୍ ପ୍ରୟାସ ବୋଲି କାର୍ୟ୍ୟକ୍ରମର ଆବାହକ ନିଜର ପ୍ରତିକ୍ରିୟାରେ କହିଛନ୍ତି ।