Featuredଓଡ଼ିଶା

କାଳବୈଶାଖୀ ବର୍ଷା; ଆହୁରି ୭ ଦିନ ବର୍ଷିବ

ଭୁବନେଶ୍ୱର: ଆହୁରି ୭ ଦିନ ବର୍ଷିବ । ୭ ଦିନ ପର୍ଯ୍ୟନ୍ତ ଜାରି ରହିବ କାଳବୈଶାଖୀର ପ୍ରଭାବ । ଆଗାମୀ ୨୪ ଘଣ୍ଟା ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିିଂ ଜାରି ହୋଇଛି । ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ରହିଛି ସୂଚନା । ଏହି ପ୍ରଭାବରେ ଦିନରେ ଖରା ଓ ରାତିରେ ବର୍ଷା ହେବ । ଏନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା କାଲି ୭ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସ୍ଥାନେ ସ୍ଥାନରେ କୁଆ ପଥର ବର୍ଷା ମଧ୍ୟ ହୋଇପାରେ । ଫସଲ କ୍ଷତି ହେବାକୁ ଥିବା ନେଇ ଚାଷୀକୂଳକୁ ସାବଧାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । କାଳବୈଶାଖୀ ପ୍ରଭାବ ପରେ ପାଗରେ ପରିବର୍ତ୍ତନ ହେବ ବୋଲି ସୂଚନା ଦିଆଯାଇଛି । କାଳବୈଶାଖୀ ବର୍ଷାକୁ ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ଏସଆରସି । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି କୁଆପଥର ମାଡ଼ରୁ ଫସଲ ଓ ପନିପରିବାକୁ ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହ କାଳବୈଶାଖୀ ଜନିତ କ୍ଷୟକ୍ଷତି ନେଇ ତୁରନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

Related Articles

Back to top button
WP Twitter Auto Publish Powered By : XYZScripts.com