Featuredଓଡ଼ିଶାରାଜନୀତି

ନବୀନଙ୍କୁ ଚିଠି ଲେଖିଲେ ରାଜା, ସଂଗଠନ ସଂରକ୍ଷଣ ଉପରେ ଧ୍ୟାନ ଦେବାକୁ ଦେଲେ ପ୍ରସ୍ତାବ

ଭୁବନେଶ୍ୱର: ନବୀନଙ୍କୁ ଚିଠି ଲେଖିଲେ ରାଜା । ବିଜେଡିରେ ଚାଲିଥିବା ହଲଚଲକୁ ନେଇ ଆବେଗ ପ୍ରକାଶ କଲେ । ଗୋଟେ ପଟେ ବିଜେଡିରେ ସାଂଗଠନିକ ନିର୍ବାଚନ ଓ ଅନ୍ୟପଟେ ଦଳୀୟ ନେତାଙ୍କ ମଧ୍ୟରେ ତୁ ତୁ ମେଁ ମେଁ । ଏହାରି ମଧ୍ୟରେ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚିଠି ଲେଖିବା ରାଜନୈତିକ ଆଲୋଚନାରେ ଗରମ ହାୱା ଦେଇଛି । ଚିଠିରେ ରାଜା ଲେଖିଛନ୍ତି ଯେ, ବିଜେଡି ସାମାଜିକ ନ୍ୟାୟ, ଧର୍ମ ନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ିବା ଉଚିତ । ଏସ୍‌ସି, ଏସ୍‌ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ୍ କମିଟିରେ ସ୍ଥାନ ମିଳୁ । କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍ କରିବାକୁ ଦିଆନଯାଉ । ସେ ଏହା ବି ସତର୍କ କରାଇ ଦେଇଛନ୍ତି, ୱକଫ୍ ବିଲ୍‌ ବିବାଦ ଆମର ଧର୍ମ ନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ । ଏହା ସହ ବିଜେଡିର ସଂଗଠନ ସଂରକ୍ଷିତ କରାଯିବା ଉପରେ ଧ୍ୟନାନ ଦେବାକୁ ପ୍ରସ୍ତାବ ଦେଇଛନ୍ତି ରଣେନ୍ଦ୍ର ।

Related Articles

Back to top button
WP Twitter Auto Publish Powered By : XYZScripts.com