
ଭୁବନେଶ୍ୱର: ହୋମଗାର୍ଡ ଆଶାୟୀମାନଙ୍କ ପାଇଁ ବଡ଼ ଖବର। ଓଡ଼ିଶାରେ ୨୫୦୦ ହୋମଗାର୍ଡ ପଦବୀ ସୃଷ୍ଟିକୁ ନେଇ ମିଳିଲା ବଡ଼ ଅପଡେଟ । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ (ଉଗଙ) ସୂଚନା ଦେଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାରେ ୨୫୦୦ ହୋମଗାର୍ଡ ପଦବୀ ସୃଷ୍ଟି ପାଇଁ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ବର୍ତ୍ତମାନ ରାଜ୍ୟରେ ୧୭,୬୭୫ ହୋମଗାର୍ଡ ପଦବୀ ଅଛି। ୨୫୦୦ ପଦବୀ ସୃଷ୍ଟି ହେବା ପରେ ମୋଟ ପଦବୀ ସଂଖ୍ୟା ୨୦,୧୭୫କୁ ବୃଦ୍ଧି ପାଇବ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨,୦୦୦ ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି।