
କୋଲକାତା : ”ନ୍ୟାସନାଲ ଡାଏରୀ ଡେଭଲପମେଣ୍ଟ ବୋର୍ଡ” ଆନୂକୁଲ୍ୟରେ କୋଲକାତାଠାରେ ଅନୁଷ୍ଠିତ ଶ୍ଵେତ ବିପ୍ଳବ ଆଞ୍ଚଳିକ କର୍ମଶାଳାରେ Omfed ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଅଭିଭାଷଣ ଦେଇ ଦୁଗ୍ଧ ଚାଷ ଓ ଚାଷୀଙ୍କର ବିକାଶ ସମ୍ପର୍କରେ ଆଲୋକପାତ କରିଛନ୍ତି । ଅତ୍ୟାଧୁନିକ ବୈଷୟିକ ଯନ୍ତ୍ରପାତି ବ୍ୟବହାର କରି, ଗୁଣାତ୍ମକ ଦୁଗ୍ଧ ଜାତ ଉତ୍ପାଦ କିପରି ପ୍ରସ୍ତୁତ କରାଯାଇ ପାରିବ, ସେ ସମ୍ପର୍କରେ ଅବଗତ କରାଇଥିଲେ ।
ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ଏହି କର୍ମଶାଳାରେ ଓଡିଶା, ପଶ୍ଚିମବଙ୍ଗ, ବିହାର, ଛତିଶଗଡ, ଝାଡଖଣ୍ଡ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ତ୍ରିପୁରା, ଅରୁଣାଞ୍ଚଳ ପ୍ରଦେଶରୁ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ Omfedର ଡେପୁଟି ଜେନେରାଲ ମ୍ୟାନେଜର (ମାନବ ସମ୍ବଳ), ଦାୟିତ୍ଵରେ ଥିବା ମାର୍କେଟି ମୁଖ୍ୟ ଆଲୋକ ଅଗ୍ନିବେଶ ପ୍ରମୁଖ ମଧ୍ୟ ଯୋଗ ଦେଇଛନ୍ତି ।