ଓଡ଼ିଶା
କେନ୍ଦ୍ରାପଡ଼ାରୁ ଜବତ ହେଲା ଗୁଳି, ବନ୍ଧୁକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହରରୁ ଜବତ ହେଲା ଗୁଳି, ବନ୍ଧୁକ । ସହରର ଦିଲାରପୁରର ସେକ ଓ୍ବାସିମଙ୍କ ଘର ଉପରେ ଶୁକ୍ରବାର ଟାଉନ ଥାନା ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ଘର ଭିତରୁ ୩ଟି ବନ୍ଧୁକ ଓ ୭୦ଟି ଗୁଳି ଜବତ ହୋଇଛି । ତେବେ ଚଢ଼ାଉ ପୂର୍ବରୁ ଘର ମାଲିକ ଓ୍ବାସିମ୍ ଫେରାର ହୋଇ ଯାଇଛନ୍ତି। କିନ୍ତୁ ତାଙ୍କ ଘରର ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ପୋଲିସ ତାଙ୍କୁ ଖୋଜିବା ଜାରି ରଖଛି । ସେପଟେ ଗତ ୪ ତାରିଖରେ ଇନ୍ଦାଳୋଠାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତମାନଙ୍କୁ ଧରିବାକୁ କେନ୍ଦ୍ରାପଡ଼ା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।