କ୍ରୀଡ଼ାଜାତୀୟ

ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିଲା IPL – ୨୦୨୫

ନୂଆଦିଲ୍ଲୀ :  ଭାରତ ଏବଂ ପାକିସ୍ତାନ ମଧ୍ୟରେ ଘନଉଛି  ଯୁଦ୍ଧ ପରିସ୍ଥିତି । ତେଣୁ ସୁରକ୍ଷା ଦୃଷ୍ଟିରୁ ୨୦୨୫ IPLକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ରଖିଛି BCCI ।  ବିଭିନ୍ନ ଫ୍ରାଞ୍ଚାଇଜ୍ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି । ପାକିସ୍ତାନ ପଟରୁ ଆକ୍ରମଣ ଜାରି ରହିଥିବାରୁ ଉଭୟ ଖେଳାଳି ଏବଂ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଇଛି ।

ମେ ୮ ରାତିରେ, ଗତକାଲି ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ଖେଳାଯାଉଥିବା ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍କୁ ୧୦.୧ ଓଭର ପରେ ବନ୍ଦ କରି ଦିଆଯାଇଥିଲା । ହଠାତ୍ ୩ଟି ଫ୍ଲଡ୍ଲାଇଟ୍ ଲିଭିଯିବାରୁ ଖେଳ ଅଟକି ଯାଇଥିଲା। ୧୧ ମିନିଟ୍ ପରେ ଏହାକୁ ବାତିଲ ଘୋଷଣା କରି ଷ୍ଟାଡିୟମ୍ରୁ ଦର୍ଶକଙ୍କୁ ବାହାର କରାଯାଇଥିଲା।

IPL ଲିଗ୍ ମେ ୨୫ ତାରିଖରେ କୋଲକାତାରେ ଶେଷ ହେବାର ଥିଲା। ଚଳିତ IPLର ଲିଗ୍ ପର୍ୟ୍ୟାୟର ଶେଷ ପର୍ୟ୍ୟାୟ ଚାଲିଥିଲା। ଏବେ ଦେଶରେ ଯୁଦ୍ଧ ଭଳି ପରିସ୍ଥିତି ରହିଛି। ତେଣୁ ଏପରି ପରିସ୍ଥିତିରେ ଲିଗ୍ ସ୍ଥଗିତ କରାଯାଉଛି ବୋଲି BCCI ସୂଚନା ଦେଇଛି । ସେପଟେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସମସ୍ତ କ୍ରୀଡାପ୍ରେମୀ ।

Related Articles

Back to top button
WP Twitter Auto Publish Powered By : XYZScripts.com