ଓଡ଼ିଶା

ଗାଈକୁ ମାରିଲା କଲରପତରିଆ ବାଘ

ନୂଆପଡ଼ା : ଗାଁରେ ପଶିଲା କଲରାପତ୍ରିଆ ବାଘ । ଖାଲି ପଶିନି ଏକ ଗାଈକୁ ମଧ୍ୟ ମାରିଦେଇଛି । ଏହି ଘଟଣା ଘଟିଛି ନୂଆପଡ଼ା ରେଞ୍ଜ ଧରମବନ୍ଧା ବିଟ ଚୁଲାଭାଟ ପଞ୍ଚାୟତର ପଣ୍ଡରିପାଣି ଗାଁରେ । ସୋମବାର ରାତିରେ ପଣ୍ଡରିପାଣି ଗାଁର ମୁଞ୍ଚୁ ରାଉତ ଗୁହାଳରେ ଗାଈକୁ ବାନ୍ଧି ଶୋଇଥିଲେ। ବିଳମ୍ବିତ ରାତିରେ ଏକ କଲରାପତରିଆ ବାଘ ଗୁହାଳରେ ପଶି ଗାଈକୁ ଆକ୍ରମଣ କରିଥିଲା। ଗାଈ ରଡି ଛାଡ଼ିବାରୁ ପରିବାର ଲୋକେ ଉଠି ଯାଇଥିଲେ। ଗୁହାଳରେ ଟର୍ଚ୍ଚ ଲାଇଟ ମାରିବାରୁ ବାଘ ଗାଈକୁ ଛାଡ଼ି ଚାଲିଯାଇଥିଲା । କିନ୍ତୁ ବାଘ ଆକ୍ରମଣରେ ଗାଈର ମୃତ୍ୟୁ ହୋଇଛି ।

ଗତ ଦୁଇ ମାସ ହେଲା ବାଘ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଗୃହ ପାଳିତ ପଶୁଙ୍କୁ ମାରି ଖାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଲାଗି ରହୁଛି। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ସେହିପରି ତେବେ କ୍ଷତିଗ୍ରସ୍ତ ମୁଞ୍ଚୁ ରାଉତଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com