ଓଡ଼ିଶାଜାତୀୟ

ଜ୍ୟୋତି ମଲ୍ହୋତ୍ରାଙ୍କ ଲିଙ୍କରେ ପୁରୀ ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କ ଘରେ ପୋଲିସ ଚଢ଼ାଉ |

ପୁରୀ, ୧୯/୫ :ହରିୟାଣାର ହିସାରରେ ପାକିସ୍ତାନ ପାଇଁ ଗୁପ୍ତଚର ଭାବରେ କାମ କରୁଥିବା ୟୁଟ୍ୟୁବର ଜ୍ୟୋତି ମଲ୍ହୋତ୍ରାଙ୍କ ଲିଙ୍କରେ ପୁରୀର ଜଣେ ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କ ଘରେ ପୋଲିସ ତଦନ୍ତ ଆରମ୍ଭ କରିଛି | ପୁରୀ ଜିଲ୍ଲାର ଏସପି ବିନୀତ ଅଗ୍ରୱାଲ କହିଛନ୍ତି ଯେ, “ଏହି ଘଟଣା ବିଷୟରେ ସୂଚନା ମିଳିବା ପରେ ଆମେ ତୁରନ୍ତ ତଦନ୍ତ ଆରମ୍ଭ କରିଛୁ। ତେବେ ଯାଞ୍ଚ ପୂର୍ଣ୍ଣ ହେଲାପରେ ଏହି ଘଟଣାର ସମସ୍ତ ପ୍ରମାଣ ପ୍ରସ୍ତୁତ କରାଯିବ। ଆମେ ହରିୟାଣା ପୋଲିସ, ଅନ୍ୟ ରାଜ୍ୟ ଏବଂ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ସହିତ ଯୋଗାଯୋଗ ରଖିଛୁ। ଯେଉଁ ସୂଚନା ଦରକାର, ଆମେ ଦେବାକୁ ପ୍ରସ୍ତୁତ | ”

ତେବେ ସୂଚନାରୁ ଜଣା ପଡିଥିଲା ଯେ ପ୍ରିୟଙ୍କା ସେନାପତି କିଛି ମାସ ପୂର୍ବରୁ କର୍ତ୍ତାରପୁର (ପାକିସ୍ତାନ) ଯାତ୍ରା କରିଥିଲେ ଏବଂ ଜ୍ୟୋତିଙ୍କ ସହିତ ସମ୍ପର୍କ ରଖିଥିଲେ । ପ୍ରିୟଙ୍କା ସେନାପତି ତାଙ୍କ ଇନଷ୍ଟଗ୍ରାମରେ ପୋଷ୍ଟ କରିଛନ୍ତି ଯେ,” ଜ୍ୟୋତିଙ୍କୁ ମୁଁ କେବଳ ୟୁଟ୍ୟୁବ ମାଧ୍ୟମରେ ଜାଣିଥିଲି | ସେ ପାକିସ୍ତାନ ପାଇଁ ଗୁପ୍ତଚର ଭାବରେ କାମ କରୁଛନ୍ତି ସେ ସମ୍ପର୍କରେ ମୁଁ ଅବଗତ ନଥିଲି | ତାଙ୍କର ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟକଳାପରେ ଲୁପ୍ତ ଥିବା ଜାଣିବା ପରେ ମୁଁ ତାଙ୍କ ସହ କୌଣସି ସମ୍ପର୍କ ରଖିନାହିଁ | ଯଦି କୌଣସି ତଦନ୍ତକାରୀ ସଂସ୍ଥା ପ୍ରଶ୍ନ ପଚାରିବାକୁ ଚାହେଁ, ତେବେ ସେ ପୂର୍ଣ୍ଣ ସହଯୋଗ କରିବି । ଜୟ ହିନ୍ଦ | “

Related Articles

Back to top button
WP Twitter Auto Publish Powered By : XYZScripts.com