ଓଡ଼ିଶା

ଲୋକସେବା ଭବନରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଓ ‘ମାତୃଭାଷାରେ ଶିକ୍ଷା’ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୨/୦୫ :ଆଜି ଲୋକସେବା ଭବନରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଓ ‘ମାତୃଭାଷାରେ ଶିକ୍ଷା’ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଝିଅ ଜନ୍ମ ଏକ ଆଶୀର୍ବାଦ ଅଭିଶାପ ନୁହେଁ, ଆମେ ସେମାନଙ୍କର ସ୍ବପ୍ନ ପୁରାଣ କରିବା ଉଚିତ। ଓଡ଼ିଆ ପ୍ରଥା ଓ ପରମ୍ପରାରେ ବିବାହ ବ୍ୟୟବହୁଳ ହୋଇଥିବାରୁ ବହୁ ଗରିବ ପରିବାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଗରୀବ ଝିଅମାନଙ୍କୁ ଉପହାର ସ୍ୱରୂପ ସେମାନଙ୍କର ବିବାହ ପାଇଁ ରାଜ୍ୟ ସରକାର କନ୍ୟା ବିବାହ ଯୋଜନା ଆରମ୍ଭ କରିଛନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଦୁର୍ବଳ ଶ୍ରେଣୀର ଝିଅମାନଙ୍କର ଗଣ ବିବାହ ଲାଗି ଅର୍ଥ ଦେବା ପାଇଁ ସରକାର ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଆରମ୍ଭ କରିଛନ୍ତି | ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବିଧବା ଝିଅମାନଙ୍କୁ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଏଥିପାଇଁ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟରେ ୧୨ କୋଟି ଟଙ୍କାର ବ୍ୟବସ୍ଥା କରିଥିବା ଘୋଷଣା କରିଛନ୍ତି ।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମତରେ, ମାତୃଭାଷା ଶିଶୁ ପାଇଁ ମାତୃ କ୍ଷୀର ସଦୃଶ। ଅର୍ଥାତ୍‌ ମାଆ କ୍ଷୀର ଯେପରି ଶିଶୁର ଶରୀରକୁ ବଳିଷ୍ଠ ଓ ମାନସିକ ସାମର୍ଥ୍ୟକୁ ଉତ୍କୃଷ୍ଟ କରିଥାଏ, ସେହିପରି ମାତୃଭାଷା ଶିଶୁର ଚିନ୍ତା, ଚେତନା, ବୌଦ୍ଧିକ ଶକ୍ତି ଓ ସୃଜନଶୀଳତାକୁ ଦିଗଦର୍ଶନ ଦେଇଥାଏ । ମାତୃଭାଷା ମାଧ୍ୟମରେ ଶିକ୍ଷା କୋମଳମତି ବାଳିକାବାଳକମାନଙ୍କୁ କେବଳ ଯେ ପଢା ପ୍ରତି ଆଗ୍ରହ ସୃଷ୍ଟି କରାଏ ତାହା ନୁହେଁ ବରଂ ଏହା ଶିକ୍ଷା ଓ ଶିକ୍ଷଣ ପ୍ରକ୍ରିୟାକୁ ସହଜ, ସରଳ ଓ ସୁବୋଧ କରିଥାଏ। ରାଜ୍ୟରେ ‘ମାତୃଭାଷାରେ ଶିକ୍ଷା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Related Articles

Back to top button
WP Twitter Auto Publish Powered By : XYZScripts.com