ଓଡ଼ିଶାମୌସୁମୀ

ବଙ୍ଗୋପ ସାଗରରେ ଲଘୁଚାପ ; ଓଡିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୩।୫: ବଙ୍ଗୋପ ସାଗରରେ ହୋଇଛି ଲଘୁଚାପ | ଖରାରୁ ମିଳିବ ତ୍ରାହି | ଗତ କିଛି ଦିନ ହେବ ଗ୍ରୀଷ୍ମ ର ପ୍ରଚଣ୍ଡ ତାପରେ ଉତପ୍ତ ହଉଥିଲା ଓଡିଶା | ୪୦ ଡିଗ୍ରୀ ସେଲସିଅସ ତାପମାତ୍ରା ପାରୀ କରିଥିଲା ପାରଦ | ଭୀଷଣ ଗରମ ଓ ଗୁଳୁଗୁଳି ରେ ଜଣ ଜୀବନ ଅସହ୍ୟ ହୋଇ ପଡୁଥିଲା | ତେବେ ଖରାରୁ ମିଳିବ ଅସ୍ବସ୍ତି | ଖରାରେ ଆଉ କଲବଲ ହେବେନି ଓଡିଶା ବାସୀ | ଆଗାମୀ ୭ ଦିନ ଯାଇ ହେବ ପ୍ରବଳ ବର୍ଷା |
ମେ ୨୭ ଓ ୨୮ ତାରିଖରେ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁସାରେ, ବଙ୍ଗୋପସାଗରରେ ଏକ ଲଘୁଚାପ ଶୃଷ୍ଟି ହୋଇଛି |
ପାଣିପାଗ ବିଭାଗ କହିଛି ଯେ ପଶ୍ଚିମ-ମଧ୍ୟ ଓ ଉତ୍ତର ବଙ୍ଗୋପସାଗରରେ ଏକ ନିମ୍ନଚାପ ରେଖା ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ରହିଛି। ଏହା ସୃଷ୍ଟି ହେବାର ଦୁଇ ଦିନ ମଧ୍ୟରେ ଆହୁରି ତୀବ୍ର ହେବ ଏବଂ ରାଜ୍ୟରେ ପ୍ରବଳ ବର୍ଷା ସହ କିଛି ସ୍ଥାନରେ ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହିଛି। ମାଲକାନଗିରି, ରାୟଗଡ଼ା ଓ କୋରାପୁଟ ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଭୁବନେଶ୍ୱରସ୍ଥିତ ଆଇଏମଡି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, “ମେ ୨୭ ଓ ୨୮ ତାରିଖରୁ ବର୍ଷା ଆରମ୍ଭ ହେବ। ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ, କିନ୍ତୁ ଦକ୍ଷିଣ ଜିଲାଗୁଡ଼ିକରେ ଏକ କିମ୍ବା ଦୁଇଟି ସ୍ଥାନରେ ତୀବ୍ର ବର୍ଷା ହୋଇପାରେ।” ଏହି ବର୍ଷା ମୌସୁମୀ ବର୍ଷାର ଅଗ୍ରଗତିକୁ ଆହୁରି ସକ୍ରିୟ କରିବ। ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଅନୁକୂଳ ପରିସ୍ଥିତିରେ କେରଳ ଉପକୂଳରେ ପହଞ୍ଚିବ ଏବଂ ପରବର୍ତ୍ତୀ ସପ୍ତାହଗୁଡ଼ିକରେ ଓଡ଼ିଶାକୁ ଆଚ୍ଛାଦିତ କରିବ ବୋଲି ସୂଚନା ଦେଇଛି ପାଣି ପାଗ ବିଭାଗ |

Related Articles

Back to top button
WP Twitter Auto Publish Powered By : XYZScripts.com