ଜାତୀୟ

ପ୍ରବଳରୁ ପ୍ରବଳ ବର୍ଷିବ – ଆଇଏମଡି

ନୂଆଦିଲ୍ଲୀ,୨୮ା୦୫: ଭାରତରେ ଜୁନ୍‌ ମାସରେ ସାଧାରଣ ବର୍ଷା ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଭାରତ ମୌସୁମୀ ବିଜ୍ଞାନ ବିଭାଗ (IMD) ଅନୁସାରେ, ଏହି ମାସରେ ଦୀର୍ଘକାଳୀନ ହାରାହାରି ବର୍ଷା ତୁଳନାରେ ୮% ବେଶି ବର୍ଷା ହେବା ଆଶା କରାଯାଉଛି। ଏହି ସହିତ, ମୌସୁମୀ ବର୍ଷାକାଳ ସମୟରେ ସାଧାରଣ ବର୍ଷାଠାରୁ ୬% ଅଧିକ ବର୍ଷା, ଅର୍ଥାତ୍‌ ମୋଟ ୧୦୬% ବର୍ଷା ରେକର୍ଡ ହେବାର ପ୍ରବଳ ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ଆକଳନ କରିଛି।

ମଙ୍ଗଳବାର ଆୟୋଜିତ ଏକ ସମ୍ମିଳନୀରେ ଭୂ-ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ୍‌. ରବିଚନ୍ଦ୍ରନ କହିଛନ୍ତି ଯେ, ଏହି ମୌସୁମୀ ସମୟରେ ମୌସୁମୀ କୋର୍ ଅଞ୍ଚଳ ଯଥା ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଓଡ଼ିଶା ଓ ଏହା ପାଖପାଖ ଅଞ୍ଚଳରେ ସାଧାରଣ ବର୍ଷାଠାରୁ ୬% ଅଧିକ ବର୍ଷା ହେବା ଆକଳନ ଅଛି। ଏହି ଅଞ୍ଚଳରେ ମୌସୁମୀ ବର୍ଷା ଉପରେ ଚାଷ ଅଧିକ ପରିମାଣରେ ନିର୍ଭର କରେ।

ଏହି ସହିତ, ଉତ୍ତର-ପଶ୍ଚିମ ଭାରତରେ ସାଧାରଣ ବର୍ଷା ହେବାର ସମ୍ଭାବନା ଥିବା ବେଳେ, ଉତ୍ତର-ପୂର୍ବ ଭାଗରେ ବର୍ଷା କମ୍‌ ହେବା ଆଶା କରାଯାଉଛି। ଏହାଛଡ଼ା, ମଧ୍ୟ ଓ ଦକ୍ଷିଣ ଭାରତରେ ମଧ୍ୟ ସାଧାରଣଠାରୁ ଅଧିକ ବର୍ଷା ହେବା ସମ୍ଭାବନା ଥିବା କଥା ଆଇଏମ୍‌ଡିର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com