ଜାତୀୟବାଣିଜ୍ୟବିଜ୍ଞାନ ଓ ପ୍ରଯୁକ୍ତି

ଦୁଇଦିନିଆ ଓଡିଶା ଗ୍ରସ୍ଥରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ।

ଭୁବନେଶ୍ୱର ୨୯/ ମେ : ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦୁଇ ଦିନିଆ ରାଜ୍ୟ ଗସ୍ତରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ। ତାଙ୍କୁ ସ୍ୱାଗତ ଜଣାଇଥିଲେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ,ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା । ସେ ପ୍ରଥମେ ପୁରୀ ଯାଇ ଶ୍ରୀ ଜୀୟୁଙ୍କ ଦର୍ଶନ କରିଥିଲେ , ଦର୍ଶନ ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ଅନ୍ୟାନ୍ୟ ନେତା ବୃନ୍ଦ । ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନକୁ ସେ ପୁରୀ ଠାରୁ ଆରମ୍ଭ କରିବେ ,ଏହା ପରେ ସକାଳ ୧୧.୩୦ ରେ ଭୁବନେଶ୍ୱରର CIFA ଠାରେ ମହିଳା ଚାଷୀଙ୍କ ସହ ଆଲୋଚନା କରିବେ। କୃଷି ଉତ୍ପାଦନ ବଢେଇବା ଓ ଉତ୍ପାଦନ ଖର୍ଚ୍ଚ ବଢେଇବା ସହିତ କୃଷୀ ମାନେ କେମିତି ଲାଭ ପାଇବେ ତଥା ତାଙ୍କ ପାଇଁ କଣ ଲାଭ ଦାୟକ ହେବ ସେ ନେଇ ଆଲୋଚନା କରି ପଦକ୍ଷପ ନେବେ କେନ୍ଦ୍ରମନ୍ତ୍ରୀ । ଏହି ଅଭିଯାନ ସମସ୍ତ ଜିଲ୍ଲାକୁ କଭର କରିବ ଓ କୃଷିଜାତୀୟ ସମସ୍ୟାର ନିରାକରଣ ପାଇଁ ବୈଜ୍ଞାନିକମାନେ ସିଧାସଳଖ ଆଲୋଚନା ପାଇଁ ଗ୍ରାମ ପରିଦର୍ଶନ କରିବେ ଏବଂ କୃଷକ ମାନଙ୍କ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେବେ । ଓ ତା ସହିତ ଚାଷ ଜମିରେ ପରୀକ୍ଷାଗାର ଗବେଷଣା ଉପକରଣର କାର୍ଯ୍ୟକାରୀ ହେବ । ଦିନ ୧୨:୩୦ ରେ ସେ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରରେ ଆଞ୍ଚଳିକ ଆମ୍ବ ବିବିଧତା ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ। ଏହା ପରେ, ଚୌହାନ ଅପରାହ୍ନ ୪:୦୦ ରେ ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାସହିତ “ଏକ୍ ପେଡ୍ ମା କେ ନାମ” କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଭାଗନେବାପାଇଁ ପ୍ରାତ୍ସାହନ କରିବା ତାଙ୍କ ଲକ୍ଷ ରହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com