ଓମଫେଡ୍ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି

ଭୁବନେଶ୍ବର ୦୨/୦୬ : ରାଜ୍ୟ ସରକାରଙ୍କ ବଡ ଘୋଷଣା | ଓମଫେଡ୍ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି । ଲିଟର ପିଛା କ୍ଷୀର ଦାମ୍ ୫୨ ଟଙ୍କାରୁ ହେବ ୫୪ ଟଙ୍କା । କ୍ଷୀର ଚାଷୀଙ୍କୁ ମିଳିବ ଲିଟର ପିଛା ୩ ଟଙ୍କା ଅଧିକ । ଏହାଦ୍ବାରା ରାଜ୍ୟର ୨ ଲକ୍ଷ ୫୦ ହଜାର କ୍ଷୀର ଚାଷୀ ହେବେ ଉପକୃତ । ଖାଉଟି ମାନଙ୍କ ପାଇଁ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଥିବାବେଳେ ୨ ଟଙ୍କା ବହନ କରିବେ ରାଜ୍ୟ ସରକାର ।
ବିଶ୍ୱ କ୍ଷୀର ଦିବସ ୨୦୨୫ ପାଳନ କରାଯିବା ନିମନ୍ତେ ଲୋକସେବା ଭବନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବାଲ୍ଟି ଦହି, A2 ମିଲ୍କ ଓ A2 ଘିଅର ଉଦଘାଟନ,ଚାଷୀଙ୍କ ଅକାଳ ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କାର ଜୀବନବୀମା , ୧ ହଜାର ୪୨୩ କୋଟି ଟଙ୍କା ଖର୍ଚ କରି କାମଧେନୁ ଯୋଜନା ସହ ଓମଫେଡ୍ କ୍ଷୀର ଉତ୍ପାଦକମାନେ ଲିଟର ପିଛା ୩ ଟଙ୍କା ଅଧିକ ଦାମ ପାଇବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଏହାଦ୍ଵାରା ରାଜ୍ୟର ପ୍ରାୟ ୨.୫ ଲକ୍ଷ ଗୋପାଳକ ସିଧାସଳଖ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଘୋଷଣା ଦ୍ୱାରା ରାଜ୍ୟରେ କ୍ଷୀର ଉତ୍ପାଦନ ଶୃଙ୍ଖଳା ଓ ଆର୍ଥିକ ଭାବେ ମଜବୁତ ହେବ ବୋଲି ସରକାର ଆଶା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା , ଆଇନ ମନ୍ତ୍ରୀ ପୃଥିବୀ ରାଜ ହରିଚନ୍ଦନ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଉପସ୍ଥିତ ଥିଲେ | ଏହି ଅବସରରେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ,କ୍ଷୀର ଓ କ୍ଷୀର ଜାତୀୟ ପଦାର୍ଥ ଉତ୍ପାଦନ ଲାଗି ଓଡିଶାର ମହିଳା ମାନେ ଆତ୍ମନିର୍ଭରଶୀଳ |