ଓଡ଼ିଶା

ହାତୀର ମୃତଦେହ ଉଦ୍ଧାର

ଅନୁଗୋଳ, ୦୩/୦୬ – ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବନ ଅଞ୍ଚଳର ଡଙ୍ଗପାଳ ଜଙ୍ଗଲରେ ମଙ୍ଗଳବାର ଦିନ ଗୋଟିଏ ମାଈହାତୀଙ୍କର ମୃତଦେହ ମିଳିଥିବା ଘଟଣା ଉତ୍ତେଜନା ସୃଷ୍ଟି କରିଛି। ମୃତ ହାତୀଟିର ବୟସ୍ ୨୫ ରୁ ୩୦ ବର୍ଷ ମଧ୍ୟରେ ଥିବାର ଅନୁମାନ କରାଯାଇଛି। ତେବେ, ଏହି ହାତୀର ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଲା, ତାହା ସ୍ପଷ୍ଟ ନୁହେଁ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଗଭୀର ସନ୍ଦେହ ବ୍ୟକ୍ତ କରି ତୁରନ୍ତ ତଦନ୍ତ ଦାବି କରିଛନ୍ତି। ଘଟଣାର ସୂଚନା ପାଇ ସଙ୍ଗେ ସଙ୍ଗେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com