ପାକିସ୍ତାନର ଆଉ ଏକ ଷଡଯନ୍ତ୍ର ର ପରଦା ଫାଶ, କରୁଥିଲେ ଏମିତି ।

ଭୁବନେଶ୍ୱର ୦୬/ଜୁନ : ପାକିସ୍ତାନର ସୋସିଆଲ ମିଡିଆ ଇନ୍ଫ୍ଲୁଏଁସର୍ ଏବଂ ୟୁଟ୍ୟୁବର ମାଧ୍ୟମରେ ଭାରତରେ ଗୁପ୍ତଚର ଏବଂ ସ୍ଲିପର ସେଲ୍ ସୃଷ୍ଟି କରିବାର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଏହି ଷଡ଼ଯନ୍ତ୍ର ଜଣେ ପାକିସ୍ତାନୀ ମହିଳା ନୌଶାବା ସେହଜାଦ ମସୁଦଙ୍କ ସହ ଜଡିତ, ଯାହାକୁ ଗୁପ୍ତଚର ସଂସ୍ଥାଗୁଡ଼ିକ ମ୍ୟାଡାମ୍ ଏମ୍ ନାମରେ ଜାଣନ୍ତି।ପାକିସ୍ତାନୀ ରେ ବସି ଭାରତରେ ଗୁପ୍ତଚର ମାନଙ୍କୁ ନିୟନ୍ତ୍ରଣ କରୁଥିଲେ ନୌଶାବା । ଶେଷରେ ତାଙ୍କ ପର୍ଦାଫାଶ ହୋଇଛି, ଭାରତୀୟ ପୋଲିସ କରିଛି ତାଙ୍କର ପରଦାଫାସ । ନୌଶାବା ପାକିସ୍ତାନର ଲାହୋରରେ ଏକ ପାକିସ୍ତାନୀ ଭ୍ରମଣ ଏବଂ ପର୍ଯ୍ୟଟନ ବ୍ୟବସାୟ ପରିଚାଳନା କରନ୍ତି। ତାଙ୍କର ଟ୍ରାଭେଲ୍ ଏଜେନ୍ସି ଅଛି ଯାହାର ନାମ ହେଉଛି ଜେୟାନା ଟ୍ରାଭେଲ୍ସ ଓ ଟୁରିଜିମ୍, ଏବଂ ତାଙ୍କ ସ୍ୱାମୀ ହେଉଛନ୍ତି ପାକିସ୍ତାନର ସିଭିଲ୍ ସର୍ଭିସର ଜଣେ ଅବସରପ୍ରାପ୍ତ ଅଧିକାରୀ। ତଦନ୍ତରୁ ଜଣାପଡ଼ିଛି ଯେ ନୌଶାବା ଆଇଏସଆଇ ଏବଂ ପାକିସ୍ତାନ ସେନାର ନିର୍ଦ୍ଦେଶରେ ଭାରତରେ ୫୦୦ ଗୁପ୍ତଚରଙ୍କ ଏକ ନେଟୱାର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଥିଲେ। ନୌଶାବା ସୋସିଆଲ ମିଡିଆ ଇନ୍ଫ୍ଲୁଏଁସର୍ ଏବଂ ୟୁଟ୍ୟୁବରଙ୍କୁ ପାକିସ୍ତାନ ଯାତ୍ରାର ପ୍ରଲୋଭନ ଦେଖାଇ ନିଜ ଜାଲରେ ଫସାଇଥିଲେ। ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ପାକିସ୍ତାନ ସେନା ଏବଂ ଆଇଏସଆଇ ଅଧିକାରୀମାନଙ୍କ ସହିତ ସାକ୍ଷାତ କରାଉଥିଲେ। ସେ ବିଶେଷ କରି ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରୁଥିଲେ। ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଗତ ୬ ମାସରେ ନୌଶାବା ପ୍ରାୟ ୩୦୦୦ ଭାରତୀୟ ଏବଂ ବିଦେଶରେ ରହୁଥିବା ୧୫୦୦ ଭାରତୀୟଙ୍କୁ ଭିସା ପଠାଇଛନ୍ତି। ଏଥିପାଇଁ ସେ ଦିଲ୍ଲୀରେ ପାକିସ୍ତାନୀ ହାଇକମିଶନ ସହିତ ସିଧାସଳଖ ସମ୍ପର୍କରେ ଥିଲେ। ସେ ପଠାଣ ସହିତ ଜଡିତ ଯେକୌଣସି ଅଧିକାରୀଙ୍କୁ ସିଧାସଳଖ ଫୋନ୍ କରି ଯେକୌଣସି ବ୍ୟକ୍ତିଙ୍କ ଭିସା ମଞ୍ଜୁର କରାଉଥିଲେ। କିନ୍ତୁ ପାକିସ୍ତାନର ଏହି ମାଡାମ୍ ଏମ୍ଙ୍କ ଗୁପ୍ତ ରୂପ ସାମ୍ନାକୁ ଆସିଛି। ଏବେ ସେ ଆଉ ଆମ ନାଗରିକମାନଙ୍କୁ ଆମ ବିରୁଦ୍ଧରେ ବ୍ୟବହାର କରିପାରିବେ ନାହିଁ।