
ଭୁବନେଶ୍ୱର ୧୦/ ଜୁନ୍ : ବିଜେପି ସଫଳ ଭାବେ ଓଡ଼ିଶାରେ ନିଜର ଏକ ବର୍ଷ ପୁର୍ଣ କରିଛି । ଓଡିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିଛି ବିଜେପି , 24 ବର୍ଷର ସରକାରକୁ ପରାସ୍ତ କରି ଶାସନକୁ ଆସିଥିଲା ବିଜେପି। ନିର୍ବାଚନ ଜିତିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ବିଜେପି ଶାସନରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହେବ କିଏ ? ବହୁତ ଲୋକ ଅନୁମାନ ଲଗାଉଥିଲେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପଦବୀ ଦେବ, ସବୁ ଆଗଧାଡିର ଟାଣୁଆ ନେତାଙ୍କ ନାମ ସାମ୍ନାକୁ ଆସୁଥିଲା । ହେଲେ ସଭିଙ୍କ ଅନୁମାନକୁ ଭୁଲ ସାବ୍ୟସ୍ତ କରି ବିଜେପି ଏକ ପରିଚିତ ଅପ୍ରତ୍ୟାଶିତ ଚେହେରାକୁ ସାମ୍ନାକୁ ଆଣିଥିଲା । ଜଣେ ସର୍ବସମ୍ମତି ନିର୍ମାତା ଏବଂ ଅଭିଜ୍ଞ ମୁଖ୍ୟମନ୍ତ୍ରୀ ଭାବରେ, ରାଜ୍ୟରେ ପ୍ରଥମ ବିଜେପି ସରକାରର ନେତୃତ୍ୱ ନେବାର ଦାୟିତ୍ୱ ଶ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ନ୍ୟସ୍ତ କରାଯାଇଥିଲା। ଜଣେ ସରଳ ଆଦିବାସୀ ନେତା ତଥା ଶିକ୍ଷକ ଓ ସମାଜ ସେବି ଶ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରି ବିଜେପି ଏକ ବଡ ବାଜି ଖେଳିଥିଲା ଯାହାଥିଲା ବିଜେପିର ମାଷ୍ଟର ଷ୍ଟ୍ରୋକ୍ । ଏବେ ବିଜେପି ସରକାରର ଏକ ବର୍ଷ ପୁର୍ତ୍ତିରେ, ଅନେକ ସଫଳତା ସାମ୍ନାକୁ ଆସିଛି । ଶ୍ରୀ ମାଝୀ ଜଣେ ସରଳ ନେତା, ତାଙ୍କ ବ୍ୟବହାର ସାଧାରଣ ଜନତାଙ୍କ ପରି, ଅତି ସରଳ ଓ ନିଷ୍କପଟ , ତାଙ୍କର ବିବାଦୀୟ କି ଅପରାଧିକ ପୃଷ୍ଠଭୂମି ନାହିଁ । ଯେଉଁଠି ପୂର୍ବ ସରକାର ରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଜନସାଧାରଣଙ୍କ ପାଇଁ କଷ୍ଟସାଧ୍ୟ ହେଉଥିଲା, ହେଲେ ଶ୍ରୀ ମାଝୀ ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ ଶୁଣି ତାହାର ସମାଧାନ କରୁଛନ୍ତି | କେବେ ନିଜର ନୂଆ ଯୋଜନା ଜରିଆରେ ତ ଆଉ କେବେ ନିଜର ଉପସ୍ଥିତତା ଦେଖାଇ ଜନତାଙ୍କୁ ସାହାଯ୍ୟ କରୁଛନ୍ତି ମୁଖ୍ୟମନ୍ତ୍ରୀ । 24 ବର୍ଷ କାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଇ ଓଡ଼ିଆ ଭାଷା କହିପାରୁନଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ, ହେଲେ ଶ୍ରୀ ମାଝୀ ଜଣେ ସମ୍ପୂର୍ଣ ଓଡ଼ିଆ ନେତା । ବିଜେପିର ଆଭିମୁଖ୍ୟ ଥିଲା ଓଡ଼ିଆ ଅସ୍ମିତା କୁ ବଞ୍ଚାଇବା, ସେଥିପାଇଁ ସେ ଜଣେ ଓଡ଼ିଆ ନେତା ଙ୍କୁ କ୍ଷମତାରେ ବସାଇଥିଲେ। ଏବେ ଶ୍ରୀ ମାଝୀ ଲୋକଙ୍କ ନେତା ଭାବେ ପରିଚିତ। ପ୍ରଥମେ ସମସ୍ତେ ଭାବିଥିଲେ ସରଳ ଆଦିବାସୀ ମୁଖ୍ୟମନ୍ତ୍ରୀ, ଯାହାଙ୍କର କିଛି ଅଭିଜ୍ଞତା ନାହିଁ ସେ ଏତେ ବଡ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ପାରିବେ କି ?, ଏହା ବିଜେପିର ଏକ ମୂର୍ଖାମୀ ଜନିତ ନିଷ୍ପତି ନୁହେଁତ? ଶ୍ରୀ ମାଝୀଙ୍କୁ କେନ୍ଦ୍ରରେ ବସିଥିବା ନେତା ନିୟନ୍ତ୍ରଣ କରିବେନି ତ ? ନାମ ମାତ୍ର ସେ ମୁଖ୍ୟମନ୍ତ୍ରୀ ରହିବେନି ତା ? କିନ୍ତୁ ସଭିଙ୍କ ଏହି ଭୁଲ ଧାରଣାକୁ ଦୁରକରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ନିର୍ବାଚନ ସମୟରେ ୨୧ ଦଫା ଗ୍ୟାରେଣ୍ଟି ଦେଇଥିଲା ଯାହାକୁ ଧୀରେ ଧୀରେ ଶ୍ରୀ ମାଝୀ ପୁରାଣ କରିବାରେ ଲାଗିଛନ୍ତି, ସେଇଥି ପାଇଁ ତ ଆଜି ସମସ୍ତଙ୍କ ମୁହଁରେ “କଥା ଦେଇ କଥା ରଖିଲେ ଆମ ମୋହନ ସରକାର” । ଅନ୍ୟ ରାଜ୍ୟ ଗୁଡିକରେ ବିଜେପି ସରକାର ଶାସନ ଚାଲିଥିବା ସତେ ମଧ୍ୟ ବିଜେପି ମୁଖ୍ୟମନ୍ତ୍ରୀ ମନାକର ଏତେ କ୍ଷତି ନାହିଁ, ଯାହା ଏକ ବର୍ଷ ଭିତରେ ଶ୍ରୀ ମୋହନ ଚରଣ ମଝିଙ୍କର ହୋଉଛି । ଓଡ଼ିଶାରେ ବିଜେପି ସରକାର ବଦଳରେ ଲୋକେ ମୋହନ ସରକାର ପ୍ରଚାର କରୁଛନ୍ତି । ପୋଷ୍ଟର ବ୍ୟାନର ମାନଙ୍କରେ ବିଜେପି ସରକାର ବଦଳରେ ମୋହନ ସରକାର ଲେଖା ଯାଉଛି ଏହା ତାଙ୍କର ପାରଦର୍ଶିତାର ସୂଚନା ଦେଉଛି । ବିଜେପିର ଏହି ବାଜି ସଫଳ ହେବାରେ ଲାଗିଛି , ରାଜ୍ୟ ବାସି ଶ୍ରୀ ମାଝୀଙ୍କୁ ଆପଣାଉଛନ୍ତି ଓ ବିଜେପି ସରକାରର ନିଷ୍ପତିକୁ ସ ହୃଦୟ ବଶତଃ ଗ୍ରହଣ କରିଛନ୍ତି । ଜନତାଙ୍କ ନେତା ଭାବେ ଶ୍ରୀକୃତି ପାଇ,ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ,ଏକ ସମୃଦ୍ଧ ଓଡିଶା ଗଠନ କରିବା ଦିଗରେ ଆଗେଇ ଚାଲିଛନ୍ତି ଶ୍ରୀ ମୋହନ ଚରଣ ମାଝୀ ।