ଓଡ଼ିଶାରାଜନୀତି

“୨୪ ବର୍ଷ ଶାସନର ଆବଶ୍ୟକତା ନାହିଁ କେବଳ ୨୪ ମିନିଟ ଯଥେଷ୍ଟ” କାହିଁକି ଏପରି କହିଲେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ୱର ୧୦/ଜୁନ୍ : ଆଜି ରାଜ୍ୟରେ ବିଜେପିର ଏକ ବର୍ଷ ପୂର୍ତ୍ତି ଅବସରରେ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫ ରୁ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମିଳନୀଟି କେନ୍ଦ୍ର ବିଜେପି ସରକାରର ୧୧ବର୍ଷ ଓ ରାଜ୍ୟରେ ବିଜେପି ସରକାରର ୧ ବର୍ଷ ପ୍ରତି ଅବସରରେ ଅନୁଷ୍ଠିତ ହୋଇଛି । ଏହାର ନେତୃତ୍ୱ ସ୍ୱୟଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନେଇଥିଲେ । ଉକ୍ତ ସାମ୍ବାଦିକ ସମିଳନୀରେ ଶ୍ରୀ ମାଝୀ ଉପସ୍ଥିତ ଥିବା ସମସ୍ତ ମିଡ଼ିଆ ଆଗରେ ପୂର୍ବ ସରକାରକୁ କଡା ନିନ୍ଦା କରିଛନ୍ତି । କିଭଳି ଭାବରେ ପୂର୍ବ ସରକାର ଦୁର୍ନୀତି କରୁଥିଲା ଓ ଲୋକଙ୍କୁ ଠକୁଥିଲା, ସେ ତାହାଉପରେ ଆଲୋକ ପଟ କରିଛନ୍ତି । ସେ ନିଜର ଏକ ବିବୃତିରେ ପୂର୍ବ ସରକାରକୁ ସମାଲୋଚନା କରିଛନ୍ତି । ଶ୍ରୀ ମାଝୀଙ୍କ ମତରେ “ସମସ୍ତ ଯୋଜନାକୁ ଅନୁମୋଦନ କରି କାର୍ଯ୍ୟକାରୀ କରିବା ପାଇଁ ମାତ୍ର ୨୪ ମିନିଟ ଲାଗିଥିଲା, ସେବକ ହିସାବରେ ଲୋକଙ୍କ କାମକୁ କରାଯାଇପାରିବ ଏଥିପାଇଁ ୨୪ ବର୍ଷ ଶାସନର ଆବଶ୍ୟକତା ନାହିଁ କେବଳ ୨୪ ମିନିଟ ଯଥେଷ୍ଟ ନିଷ୍ପତି ନେବା ପାଇଁ, ଏଥିପାଇଁ କେବଳ ଏଚ ଶକ୍ତି ଦରକାର, ସେଥିପାଇଁ ଆମେ କରିକି ଦେଖେଇଲୁ।”ଉକ୍ତ ସାମ୍ବାଦିକ ସମିଳନୀରେ ଶ୍ରୀ ମାଝୀ ଓଡ଼ିଶାରେ ବିଜେପିର ଏକ ବର୍ଷର ସଫଳ ଯାତ୍ରା ବିଷୟରେ ବିବରଣୀ ଦେଇଛନ୍ତି

Related Articles

Back to top button
WP Twitter Auto Publish Powered By : XYZScripts.com