ପବିତ୍ର ସନ୍ନ ଉତ୍ସବରେ ମହାପ୍ରଭୁଙ୍କ ଦର୍ଶନ ସାରି ଏମିତି କହିଲେ ମୁଖ୍ୟମନ୍ତ୍ରୀ….

ପୁରୀ,୧୧।୬: ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୁର୍ଣିମା । ନିଜର ରତ୍ନ ବେଡି ଚଡି ଆଜି ସ୍ନାନବେଦୀକୁ ବିଜେ କରିଛନ୍ତି ଶ୍ରୀଜିଉ । ତାଙ୍କ ପାଇଁ ସଜାଇ ସୁନ୍ଦର ଫୁଲରେ ସଜା ହୋଇଛି ସ୍ନାନ ବେଦି। ଶଙ୍ଖ ଓ ଘଣ୍ଟ ନାଦରେ କମ୍ପୁଛି ଶ୍ରୀକ୍ଷେତ୍ର। ଲକ୍ଷେ ଲକ୍ଷେ ଭକ୍ତଙ୍କ ଭିଡରେ ପୁରିଉଠିଛି ବଡ ଦଣ୍ଡ । ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଛି । ଲକ୍ଷେ ଲକ୍ଷେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ନିଜ ରତ୍ନବେଦି ଛାଡି ସ୍ନାନବେଦୀକୁ ଚାଲିଆସିଛି ଦାରୁଦିଅଁ । ମହାପ୍ରଭୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ହାତୀବେଶରେ ଦର୍ଶନଦେଲେ ଭକ୍ତ ମନକୁ ।ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି। ଭିଡ଼ ନିୟନ୍ତ୍ରଣ ପାଇଁ କଡା ଆଇନ ମୁତୟନ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ମହାପ୍ରଭୁଙ୍କ ଏହି ପବିତ୍ର ସ୍ନାନ ଉତ୍ସବ ଦେଖିବା ପାଇଁ ଶ୍ରୀ ମନ୍ଦିର ପହଞ୍ଚି ଥିଲେ। ଦର୍ଶନ ସାରି ସମଗ୍ର ବିଶ୍ୱ ବାସୀଙ୍କ କଲ୍ୟାଣ ପାଇଁ ସେ ମହାପ୍ରଭୁଙ୍କ ଆଗରେ ପ୍ରାଥନା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।