ଓଡ଼ିଶାରାଜନୀତି

ବିକାଶ ବାହାନ ଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମତ୍ରୀ ।

ଭୁବନେଶ୍ଵର ୧୨/ଜୁନ : ଆଜି ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ହୋଇଛି । ଏହି ଅବସରରେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ତରୀୟ ବିକାଶ ବାହାନ ଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। କାର୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ,ମୁଖ୍ୟ ଶାସନ ସଚିବ ମନୋଜ ଅହୁଜ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ,ଓଡ଼ିଶାର ଉନ୍ନୟନ କମିଶନର ଅନୁ ଗର୍ଗ , ଏସ ଏନ ଗିରି ଆଦି ଉପସ୍ଥିତ ଥିଲେ, ଏହା ସହ ଅସଂଖ୍ୟ ମହିଳା ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିକାଶ ବାହାନର ଲୋକାର୍ପଣ କରିଛନ୍ତି । ବିକାଶ ବାହାନ ସରକାରଙ୍କ ବିକାଶର କଥା ନେଇ ପଞ୍ଚାୟତ ରୁ ପଞ୍ଚାୟତ ବୁଲିବ । ସରକାରୀ ଯୋଜନାକୁ ଲୋକମାନଙ୍କ ପାଖରେ ପହଂଚାଇବା ସହ ସଚେତନତା ସୃଷ୍ଟି କରିବ। ଏହା ସହ ଉକ୍ତ କାଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ “ବର୍ଷ ଏକ ଉପଲବ୍ଧି ଅନେକ” ପୁସ୍ତକର ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ସରକାରଙ୍କ ସମସ୍ତ ପ୍ରକଳ୍ପ ଓ ଯୋଜନା ଗୁଡ଼ିକର ସଂପୂଣ୍ଣ ବିବରଣୀ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com