ଓଡ଼ିଶା

ଗୃହରକ୍ଷୀଙ୍କ ପାଇଁ ଖୁସି ଖବର, ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମିଳିବ ରଜ ଭେଟି ।

ଭୁବନେଶ୍ବର ୧୩/ଜୁନ୍ : ରାଜ୍ୟ ସରକାର ରଜ ଅବସରରେ ଗୃହରକ୍ଷୀମାନଙ୍କୁ ଭେଟି ଦେଇଛନ୍ତି। ଗୃହରକ୍ଷୀମାନଙ୍କ ପାଇଁ ଭତ୍ତା ବୃଦ୍ଧି କରିଛନ୍ତିବି ରାଜ୍ୟସରକାର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦେଶନାମା ଅନୁସାରେ ଦୈନିକ ଡ୍ୟୁଟି କଲ୍‌-ଅପ୍‌ ଭତ୍ତା ୬୧୨ରୁ ୬୨୩ ଟଙ୍କାକୁ ବୃଦ୍ଧି, ମାନେ ୧୧ ଟଙ୍କା ବଢ଼ାଇଛନ୍ତି ଗୃହରକ୍ଷୀ ମାନଙ୍କର। ୨୦୨୫ ଜାନୁଆରି ପହିଲାରୁ ଲାଗୁ ହେବ। ଅନ୍ୟପଟେ ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପାଉଛି। ବ୍ରହ୍ମପୁର ଏବଂ ଗଞ୍ଜାମରେ ୨୪୦ ଗୃହରକ୍ଷୀ ପଦବି ପାଇଁ ୧୧,୫୦୦ରୁ ଅଧିକ ପ୍ରାର୍ଥୀ ଆବେଦନ କରିଥିଲେ, ସେଥିରେ ସ୍ନାତକ, ସ୍ନାତକୋତ୍ତର, ଇଂଜନିୟର ଏବଂ ଏମ୍‌ବିଏ ଡିଗ୍ରିଧାରୀ ଉଚ୍ଚଅଶିକ୍ଷିତ ଛାତ୍ରଛାତ୍ରୀ ଅଛନ୍ତି। ଗୃହରକ୍ଷୀ ପଦବି ପାଇଁ ସର୍ବନିମ୍ନ ଯୋଗ୍ୟତା ପଞ୍ଚମ ଶ୍ରେଣୀ ରହିଛି,ହେଲେ ଏଥି ପାଇଁ ଅନେକ ଉଚ୍ଚ ଡିଗ୍ରିଧାରୀ ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି, ଯାହା ବେକାରୀ ସମସ୍ୟାର ସ୍ପଷ୍ଟ ଉଦାହରଣ।ଏହି ବେକାରୀ ସମସ୍ୟାର ସମାଧାନ ହେବ ନିହାତି ଜରୁରୀ, ନହେଲେ ଏମିତି ବେକାରୀ ସମସ୍ୟା ବଢିଚାଲିବ ।

Related Articles

Back to top button
WP Twitter Auto Publish Powered By : XYZScripts.com