ଆଗାମୀ ସାତ ଦିନ ପ୍ରବଳ ବର୍ଷା ସହ ୩୦ ରୁ ୪୦ କି.ମି. ବେଗରେ ପବନ ବହିବ ।

ପାଣିପାଗ ୧୪/ଜୁନ୍: ଆଗାମୀ ସାତ ଦିନ ପ୍ରବଳ ବର୍ଷା ସହ ୩୦ ରୁ ୪୦ କି.ମି. ବେଗରେ ପବନ ବୋହିବାର ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ କିଛି କିଛି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହୋଇଛି ବୋଲି ସୂଚନା ଦେଲେ ଏଇଏମଡି କତୃପକ୍ଷ । ସର୍ବାଧିକ ବର୍ଷା କୋରାପୁଟ ଜିଲ୍ଲାରେ ରେକର୍ଡ କରାଯାଇଛି । ଆଗାମୀ ସତ ଦିନ ପାଇଁ ବର୍ଷା ଲାଗି ରାହିବ ତା ସହିତ ଘଡଘଡି ବିଜୁଳି ହେବ ବୋଲି ସୂଚନା ରହିଛି । ଏହା ସହ ୩୦ ରୁ ୪୦ କି.ମି. ବେଗରେ ପବନ ବୋହିବାର ସୂଚନା ଦେଇଛି ଏଇଏମଡି । ବର୍ତମାନ ପାଗ ଅନୁକୂଳ ରହିଛି ହେଲେ ଆଗାମୀ ୪୮ ଘଣ୍ଟାରେ ମୌସୁମୀ ଓଡ଼ିଶାର ଆଉ କିଛି ଭାଗରେ ପ୍ରବେଶ କରିବା ପାଇଁ ଦକ୍ଷିଣ ବାଙ୍ଗଲାଦେଶ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ସମୁଦ୍ର ପତ୍ତନ ଉପରେ ୩.୧ କିଲୋମିଟର ଉପରେ ପ୍ରବାହ କରିବା ମୌସୁମୀ । ଯାହାଫଳରେ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳ ଜିଲ୍ଲା ଗୁଡିକରେ, ମାଧ୍ୟମ ଧରଣର ବର୍ଷ ହେବ ସହିତ ୩୦ ରୁ ୪୦ କି.ମି. ବେଗରେ ପବନ ବହିବାର ସମ୍ଭାବନା । ଏହା ସହ ସାରା ରାଜ୍ୟରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷ ହବାର ସମ୍ଭାବନା ରାହିଛି ।