
ରଜ ମହୋତ୍ସବ ଆଉ ପାନ ୧୪/ଜୁନ୍: ରଜ ଓଡ଼ିଶାର ଏକ ଗଣ ପର୍ବ । ସହର ହୋଇକି ଗାଁ ଘରେ ଘରେ ପିଠାପଣା, ଦୋଳିଖେଳ ଏବଂ ପାନ ଆଦି ଖାଇ ଉତ୍ସବ ମନାଉଛନ୍ତି ରାଜ୍ୟ ବସି। ଖିଲି ପାନକୁ ନାଲି ଓଠ, ରଜର ମଜାକୁ ଦ୍ୱିଗୁଣିତ କରେ । ରଜରେ ରଜ ପାନ ବିନା ସବୁ ଫିକା । ବଜାରରେ ରଜ ପାନର ଚାହିଦା ଢେର । ବୁଢା ଠାରୁ ଛୁଆ ପର୍ଯନ୍ତ ସମସ୍ତକୁ ରଜ ପାନ ଖାଇବା ପାଇଁ ଭଲ ଲାଗେ । ହେଲେ କଣ ଆପଣ ଜାଣିଛନ୍ତି ପାନର ଯେତିକି ଭଲ ଗୁଣ ଅଛି ସେତିକି ଖରାପ ଗୁଣ ମଧ୍ୟ ରହିଛି । ଜଣାନ୍ତୁ….ପାନ ପତ୍ରର ସ୍ୱାସ୍ଥ୍ୟ ପାଖେ ଅତ୍ୟନ୍ତ ଲାଭ ଦାୟକ ଏହା ପଚାନରେ ଅତ୍ୟନ୍ତ ସହାୟକ, ପାଚନ ଏନଜାଇମ ଉତ୍ପାଦନକୁ ଉତ୍ତେଜିତ କରେ ପାନ ଏବଂ ତା ସହିତ ପାଚାଇବା ବଦହଜମୀ ଏବଂ କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରେ ।ପାନରେ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ମଧ୍ୟ ରହିଥାଏ, ଏଥିରେ ଏପରି ଯୌଗିକ ଅଛି ଯାହା ବ୍ୟାକ୍ଟେରିଆ ଏବଂ କବକ ସହିତ ଲଢ଼ି ଶରୀରକୁ ସୁରକ୍ଷା ଦେଇଥାଏ । କ୍ଷତ ଏବଂ ସଂକ୍ରମଣର ଚିକିତ୍ସା ପାଇଁ ପାରମ୍ପରିକ ଔଷଧରେ ମଧ୍ୟ ବ୍ୟବହୃତ ହୁଏ ପାନ ।ଏହା ପାରମ୍ପରିକ ଭାବରେ ମାଢ଼ି ଏବଂ ଦାନ୍ତ ସ୍ୱାସ୍ଥ୍ୟକୁ ଉନ୍ନତ କରିଥାଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ । ଏହା ସ୍ୱାଭାବିକ ଭାବରେ ନିଶ୍ୱାସକୁ ସତେଜ କରିଥାଏ । ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥାଏ ପାନ, ଶରୀରକୁ ବିଷମୁକ୍ତ କରିବାରେ ସାହାଯ୍ୟ କରେ, ପାନ ଅକ୍ସିଡେଟିଭ୍ ଚାପ ହ୍ରାସ କରିପାରେ ।ଗଣ୍ଠି ଯନ୍ତ୍ରଣା, ଫୁଲା ଏବଂ ମୁଣ୍ଡବିନ୍ଧା ଦୂର କରିବା ପାଇଁ ବାହ୍ୟ ଔଷଧ ଭାବରେ ବ୍ୟବହୃତ ହୁଏ ।ପାନ ଯେ ସ୍ୱାସ୍ଥ୍ୟ ପାଖେ ଭଲ ସେତିକି ଖରାପ ମଧ୍ୟ ।ପାନ ପତ୍ର ସହିତ ସୁବରାମ ପତ୍ର ଚୋବାଇବା ବିପଜ୍ଜନକ ହୋଇପାରେ, ଯାହା ଦ୍ଵାରା,ମୁଖ କର୍କଟ,ଦାନ୍ତ ପଚିଯିବା ଓ ଏହା ଏକ ପ୍ରକାରର ନିଶା ମଧ୍ୟ ହୋଇପାରେ । ତମାଖୁ କିମ୍ବା ଆରେକା ବାଦାମ ପରି ମିଶ୍ରଣ ବିନା କେବଳ ପାନପତ୍ର କ୍ଷତିକାରକ ନୁହେଁ ଏବଂ ଏହା ସୀମିତ ପରିମାଣରେ ଲାଭଦାୟକ ହୋଇପାରେ।